ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର):- ଡାବୁଗାଁ ଥାନାରେ ନୂତନ ଆଇଆଇସି ଭାବେ ରଘୁନାଥ ମାଝି ଯୋଗଦାନ କରିଛନ୍ତି ।ଆଜି ଗୁରୁବାର ଡାବୁଗାଁ ସାମ୍ବାଦିକ ସଙ୍ଘ ତରଫରୁ ନୂତନ ଆଇଆଇସିଙ୍କୁ ଉପଡକନ ଦେଇ ସ୍ୱାଗତ କରାଗଲା ଏବଂ ଡାବୁଗାଁ ଅଂଚଳର ଆଇନ ଶୃଙ୍ଖଳା ବିଷୟରେ ଆଲୋଚନା କରାଗଲା। ଏହି ଅବସରରେ ଉପସ୍ଥିତି ଥିଲେ ଡାବୁଗାଁ ସାମ୍ବାଦିକ ସଙ୍ଘର ସମ୍ପାଦକ ତଥା ଆଇନ ପରାମର୍ଶ ଦାତା ମିହିର ଶଙ୍କର ପାତ୍ର, ଉପସଭାପତି ଗଗନ ଗନ୍ତାୟତ, କୋଷାଧକ୍ଷ ସୁଶାନ୍ତ କୁମାର ପଣ୍ଡା, ଉପଦେଷ୍ଟା ସୁରେନ୍ଦ୍ର ମିଶ୍ର, ଆଇନ୍ ପରାମର୍ଶଦାତା ବରିଷ୍ଟ ଆଇନଜୀବୀ ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର ଓ ପ୍ରକାଶ ପଣ୍ଡା, ସାମ୍ବାଦିକ ସଂଘର ସଭ୍ୟ ଗୋପାଳ ପଣ୍ଡା, ସନ୍ତସ ପାଢି ସହ ଅନ୍ୟମାନେ। ନୂତନ ଆଇଆଇସି ସୂଚନା ଦେଇଥିଲେ ଅଞ୍ଚଳରେ ଶାନ୍ତି-ଶୃଙ୍ଖଳା ବଜାୟ ରଖିବା, ଅପରାଧ ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବା ତାଙ୍କର ପ୍ରାଥମିକତା ରହିବ । ସେ ସାଧାରଣ ଲୋକଙ୍କୁ ପୋଲିସକୁ ସହଯୋଗ କରିବାକୁ ଓ କୌଣସି ଅନୈତିକ କାର୍ଯ୍ୟ ସମ୍ପର୍କରେ ତୁରନ୍ତ ସୂଚନା ଦେବାକୁ ଅନୁରୋଧ ସାମ୍ବାଦିକ ମାନଙ୍କୁ କରିଛନ୍ତି । ସେ ପୂର୍ବରୁ ରାଇଘର ଥାନାରେ ଆଇଆଇସି ଭାବେ କାର୍ଯ୍ୟରତ ଥିଲେ |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |