ଡାବୁଗାଁ ଠାରେ ଶତାଧିକ କେନ୍ଦୁପତ୍ର ତୋଳାଳିଙ୍କ ବିକ୍ଷୋଭ

( ପ୍ରିୟଦର୍ଶିନୀ ପାତ୍ର)ନବରଙ୍ଗପୁର:- ରାଜ୍ୟ ସରକାରଙ୍କ ଅବହେଳାର ପ୍ରତିବାଦରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଆହ୍ବାନ କ୍ରମେ ୧୭ ଦଫା ଦାବି ନେଇ ଆଜି ଶତାଧିକ କେନ୍ଦୁପତ୍ର ତୋଳାଳି ଡାବୁଗାଁ କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରିଛନ୍ତି। ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଡାବୁଗାଁ ବ୍ଲକ ର ସମ୍ପାଦକ ତଥା ନବରଙ୍ଗପୁର ଡିଭିଜନ ଉପଦେଷ୍ଟା ଲଷ୍ମୀଧର ବିଷୟୀଙ୍କ ନେତୃତ୍ବରେ କେନ୍ଦୁପତ୍ର ତୋଳାଳିମାନେ ଧାରଣା ଦେବା ସହ ଦାବି ପୂରଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି |କେନ୍ଦୁପତ୍ର କେଜି ପ୍ରତି ଦରବୃଦ୍ଧି, ଋତୁକାଳୀନ କର୍ମଚାରୀମାନଙ୍କର ସର୍ବନିମ୍ନ ମଜୁରି ବୃଦ୍ଧି ଅନୁପାତରେ ୨୦୨୪ ମସିହା ଜୁଲାଇ ୧୮ ତାରିଖରୁ ମାସିକ ମଜୁରି ବୃଦ୍ଧି, ବନ୍ଧେଇ ଶ୍ରମିକମାନଙ୍କ ପାଇଁ ବଣ୍ଡଲ ପ୍ରତି ଦର ବୃଦ୍ଧି, କେନ୍ଦୁପତ୍ର ଫଡ଼ି ଉଚ୍ଛେଦ ରୋକାଯିବା, ପ୍ରସ୍ତାବିତ ଡିଭିଜନରେ ପରୋକ୍ଷ ଘରୋଇକରଣ ବନ୍ଦ କରାଯିବା, କେନ୍ଦୁପତ୍ରରେ ଜିଏସ୍‌ଟି ହ୍ରାସ ପରେ ବିକ୍ରିମୂଲ୍ୟ ବୃଦ୍ଧି ପାଇଁ ସମୀକ୍ଷା କରାଯିବା, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କେଏଲ୍‌ଡିବିର ଆବଶ୍ୟକ ସଂଶୋଧନ, ପିସିସିଏଫ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ତୋଳାଳି, ଋତୁକାଳୀନ କର୍ମଚାରୀ ଓ ବନ୍ଧେଇ ଶ୍ରମିକମାନଙ୍କ କଲ୍ୟାଣ ଟ୍ରଷ୍ଟ ବୋର୍ଡର ବୈଠକ ଆହ୍ବାନ କରିବା,
ବୋନସ ପ୍ରଦାନ ଶତକଡ଼ା ହିସାବରେ ଗତବର୍ଷଠାରୁ ଅଧିକ ବୃଦ୍ଧି କରିବା, ମୃତକ ପରିବାରକୁ ମୃତ୍ୟୁକାଳୀନ ସହାୟତା ୨ ଲକ୍ଷରୁ ୪ ଲକ୍ଷକୁ ବୃଦ୍ଧି କରିବା, ଋତୁକାଳୀନ କର୍ମଚାରୀ ରୋଗରେ ପୀଡ଼ିତ ହେଲେ ଛୁଟି ପ୍ରଦାନ କରିବା, ବିଭିନ୍ନ ଡିଭିଜନରେ ଖାଲି ପଡ଼ିଥିବା ଋତୁକାଳୀନ କର୍ମଚାରୀଙ୍କୁ ପ୍ରମୋସନ ଭିତ୍ତିରେ ପୂରଣ କରିବା, ୱାଚରମାନଙ୍କର ଏରିଅର ପ୍ରଦାନ କରିବା, ମୁନ୍‌ସି ଓ ଫଡ଼ି ସାଥୀମାନଙ୍କ ଧାର୍ଯ୍ୟ ସମୟ ଠାରୁ କାର୍ଯ୍ୟକାଳ ହ୍ରାସ ନ କରିବା, ଓଏଫ୍‌ଡିସିକୁ କେନ୍ଦୁପତ୍ର ସଂସ୍ଥାର କାର୍ଯ୍ୟକାରିତା ପାଇଁ ରିଭଲ୍‌ଲିଂ ସାମାଜିକ ପାଣ୍ଠି ଯୋଗାଇ ଦେବା, ବଜେଟ୍‌ରେ କେନ୍ଦୁପତ୍ର ସଂସ୍ଥାର କାର୍ଯ୍ୟରତ ଶ୍ରମିକମାନଙ୍କର ନିରାପତ୍ତା ସହାୟତା ପାଇଁ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯିବା ଆଦି ଦାବି ରହିଛି।ଆଜି ଏହି ଧାରଣା ସମୟରେ ଉପସ୍ଥିତି ଥିଲେ ଡାବୁଗାଁ ରେଞ୍ଜ ଅଧିନ ୪ ଟି ସେକ୍ସନ ର ୬୩ଟ ଜଣ ମୁନସି,୨୦ ଜଣ ଚେକେର, ଏବଂ ୬୩ଜଣ ଚପ୍ରାସି ଉପସ୍ଥିତି ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!