(ପ୍ରିୟଦର୍ଶିନୀ ପାତ୍ର) ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ରେ ଦୁଇଟି ପ୍ରମୁଖ ନଦୀ ରହିଛି । ଗୋଟିଏ ହେଲା ଇଦ୍ରାବତୀ ନଦୀ ଆଉ ଗୋଟିଏ ହେଲା ଭାସ୍କେଲ ନଦୀ । ରାଜ୍ୟ ରାଜସ୍ୱ ବିଭାଗ ପକ୍ଷରୁ ଏହି ଦୁଇଟି ନଦୀର ବାଲି ଉଠାଣ ପାଇଁ ବାଲି ଟେଣ୍ଡେର ଦେଇଛନ୍ତି । ଆଉ କିଛି ଘାଟରେ ଟେଣ୍ଡେର ହୋଇନାହିଁ । ସରକାରଙ୍କ ନିର୍ଦ୍ଧେଶ ରହିଛି କି ବାଲି ଟେଣ୍ଡେର ହୋଇଥିବା ସ୍ଥାନରେ କେବଳ ଶ୍ରମିକ ଲଗାଇ ବାଲି ଉଠାଣ କରାଯିବ ବୋଲି , କିନ୍ତୁ ବାଲି ଟେଣ୍ଡେର ନେଇଥିବା ଲିଜ ଧାରୀ ମାନେ ଶ୍ରମିକ ବଦଳରେ ଜେସିବି ମେସିନ ଦ୍ୱାରା ବାଲି ବିଭିନ୍ନ ଗାଡ଼ିରେ ଲୋଡ଼ କରାଯାଉଛି । ସେହିଭଳି ବାଲି ଟେଣ୍ଡର ହୋଇନଥିବା ଘାଟରୁ ବାଲି ଚୋରାରେ ଚାଲାଣ କରାଯାଉଛି ।ଏଭଳି ଘଟଣା ସନ୍ତୋଷପୁର ଗାଁ ଭାସ୍କେଲ ନଦୀ ଘାଟ ନିକଟରେ ଚୋରା ବାଲି ଚାଲାଣ କରି ମାଲେ ମାଲ ହେଉଛନ୍ତି ସ୍ତାନୀୟ କିଛି ମୁଷ୍ଟିମେୟ ଟ୍ରାକ୍ଟର ଥିବା ଲୋକେ। ଦିନକୁ ସକାଳେ ୬ଟା ରେ ପ୍ରାୟ ୯ଟା ରୁ ଅଧିକ ଟ୍ରାକ୍ଟର ରେ ବାଲି ବୋଝେଇ କରି ବେନିୟମ ରେ ଦିନରେ ବେଫିକର ଭାବେ ବାଲି ସୌରତ ରୁ ଚୋରି କରିବା ସାଧାରଣ ରେ ନଜର କୁଆସିବା ଯୋଗୁଁ ବୁଦ୍ଧିଜୀବୀ ମାନେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ମାଇନିଂ ବିଭାଗ ଓ ରାଜସ୍ୱ ବିଭାଗ ପାଖରେ ଏହି ଖବର ଥିଲେ ମଧ୍ୟ ବାଲି ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ସାଧାରଣ ଅଭିଯୋଗ ହୋଇଛି । ଯଦିବା ଅଭିଯୋଗ କରାଗଲେ ନାମକୁ ମାତ୍ର କିଛି ଜରିନାମା ଆଦାୟ କରି ପ୍ରଶାସନ ଚୁପ ହୋଇ ଯାଉଥିବା ଅଭିଯୋଗ ହୋଇଛି । ସେହିପରି ବାଲି ଲିଜ ନେଇଥିବା ଲିଜଧାରୀ ମାନେ ଯେଉଁ ସ୍ଥାନରେ ବାଲି ଉଠାଇବା ପାଇଁ ନିର୍ଦ୍ଦେଶ ରହିଥିଲେ ତାହା ପାଳନ ନକରି ମନଇଚ୍ଛା ବାଲି ଉଠାଉଥିବା ଅଞ୍ଚଳରେ ଅଭିଯୋଗ ହୋଇଛି । ଗୋଟିଏ ରୋୟଲଟି କାଟି ଅନେକ ଗାଡ଼ିରେ ବାଲି ଚାଲାଣ ହେଉଛି । ଏହାକୁ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଖରା ଦିନ , ନଦୀରେ ପାଣି କମ ରହିଥିବାର ସୁଯୋଗ ନେଇ କିଛି ବାଲି ମାଫିଆ ମାନେ ବିଭିନ୍ନ ସ୍ଥାନରେ ବାଲି ସବୁ ଗଛିତ ରଖିଥିବା ବେଳେ ଏହା ସମ୍ପୂର୍ଣ୍ଣ ବେନିୟମ କାର୍ଯ୍ୟ , ଏଥିପ୍ରତି କାହାର ଦୃଷ୍ଟି ପଡୁ ନାହିଁ । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୋଷାଗୁମୁଡ଼ା ବ୍ଲକବାସୀ ଦାବି କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |