(ପ୍ରିୟଦର୍ଶିନୀ ପାତ୍ର) ନବରଙ୍ଗପୁର: ଆସନ୍ତା ଫାଲଗୁନ ତ୍ରୟୋଦଶୀ ମାର୍ଚ୍ଚ ୧ ତାରିଖ ରେ ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ୍ ଗାଁ ରେ ହେବାକୁ ଥିବା କ୍ଷତ୍ରିୟ ଧାକଡ ସମାଜ ମହା ଅଧିବେଶନ ରେ ଯୋଗଦେବା ପାଇଁ ଡାବୁଗାଁ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସଭାପତି ଚକ୍ରଧର ସିଂହ, ସଂଗଠନ ସାଧାରଣ ସମ୍ପାଦକ ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, କାର୍ଯ୍ୟକାରୀ ସଭାପତି ଧନେଶ୍ଵର ସିଂ, ଉପ ସଭାପତି କାର୍ତ୍ତିକ ଦାସ, ,ଲକ୍ଷ୍ମୀନାରାୟଣ ପାଣ୍ଡେ, ସଦନ ନାୟକ, ବରିଷ୍ଠ ଆଇନଜୀବି ମିହିର ଶଙ୍କର ପାତ୍ର, ସଂପାଦକ ଲକ୍ଷ୍ମଣ ସିଂ, ବିଭୁତି ନାୟକ, ମହେଶ୍ୱର ନାୟକ, ସଂଗଠକ ତ୍ରୀନାଥ ସିଂ, ସୁମିତ ସିଂ ଠାକୁର, କୋଷାଧ୍ୟକ୍ଷ ଭିକାରୀ ଚରଣ ନାୟକ, କୈଳାସ ସିଂ ପାତ୍ର, ପାପଡାହାଣ୍ଡି ବ୍ଲକ ସଭାପତି ମୁରଲୀ ସିଂହ, ଡାବୁଗାଁ ବ୍ଲକ ସଭାପତି ପଦମ ସିଂ ଆଲୋଚନା ରେ ଭାଗ ନେଇ ଡାବୁଗାଁ, ଝରିଗାଁ ଓ ଉମରକୋଟ ନିର୍ବାଚନ ମଣ୍ଡଳୀ ଅଧିକାଂଶ କ୍ଷତ୍ରିୟ ଧାକଡ ସମାଜର ଭାଇ ଭଉଣୀ ଯୋଗଦାନ କରିବେ ବୋଲି ସୂଚନା ଦେଇଛନ୍ତି। ସଂପୂର୍ଣ୍ଣ ଆୟୋଜନ କାର୍ଯ୍ୟ ପ୍ରାୟତଃ ସମାପ୍ତ ହୋଇ ଯାଇଛି, ହଜାର ହଜାର କ୍ଷତ୍ରିୟ ଧାକଡ ସମାଜ ର ବ୍ୟକ୍ତି ମହା ଅଧିବେଶନ ରେ ଯୋଗଦେବେ ବୋଲି ଜିଲ୍ଲା ବରିଷ୍ଠ ଉପସଭାପତି ସୁରେନ୍ଦ୍ର ନାୟକ ପ୍ରେସ କୁ ସୂଚନା ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |