ଡାବୁଗାଁ ସତସଙ୍ଗ ବିହାର ଠାରେ ଠାକୁର ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୮ ତମ ଜନ୍ମ ମହୋତ୍ସବ ପାଳିତ

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର):-ଡାବୁଗାଁ ବ୍ଲକ ସ୍ଥିତ ସତସଙ୍ଗ ବିହାର ଠାରେ ଶ୍ରୀ ଶ୍ରୀ ଠାକୁର ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୮ ତମ ଜନ୍ମ ମହୋତ୍ସବ ପାଳିତ ହୋଇଯାଇଛି । ଆଜି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଡ଼କ୍ଟର ଜଗବନ୍ଧୁ ସାହୁ। ଏବଂ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଥିଲେ ରାଉଲକେଲା ରୁ ଶ୍ରୀ ପ୍ରଶାନ୍ତ ନାୟକ ଏହି ଜନ୍ମ ମହୋତ୍ସବ ରେ ପ୍ରଥମେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ରଥକୁ ସଂକୀର୍ତ୍ତନ କରାଯାଇ ବନ୍ଦେ ପୁରୁସତମ ଧାନୀରେ ନଗର ପରିକ୍ରମା କରିଥିଲେ । ଏହି ସଂକୀର୍ତ୍ତନ ରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ଶତାଧିକ ଭକ୍ତ ଯୋଗ ଦେଇଥିଲେ । ଡାବୁଗାଁ ସତସଙ୍ଗ ବିହାର ଠାରେ ସତସଙ୍ଗ ଓ ଆନନ୍ଦ ବଜାରର ଆୟୋଜନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ରିତିକ ମାନେ ଯଥା ନବରଙ୍ଗପୁର ଠାରୁ ପ୍ରଦୀପ ଦାସ, ସର୍ବେଶ୍ୱର ଦଳେଇ, ବ୍ରହ୍ମପୁରରୁ ବସନ୍ତ ଦାସ ଓ ଜଗଦଳପୁରରୁ ଶଙ୍କର ପାଳ ପ୍ରମ୍ମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରିତିକ କମଳ କାନ୍ତ ସାହୁ, ରଞ୍ଜିତ ଘଡେଇ, ପ୍ରଫୁଲ କୁମାର ପଟ୍ଟନାୟକ,ଗୋପୀନାଥ ବେହେରା, ଗିରିଧାରୀ ସାହୁ, ବିବେକ ବେହେରା ସହ ସ୍ଥାନୀୟ ମାତୃମଣ୍ଡଳୀ ଉପସ୍ଥିତ ଥିଲେ । ଆଜିର ଏହି ଜନ୍ମ ମହୋତ୍ସବ ରେ ୧୫୦୦ ରୁ ଉର୍ଦ୍ଧ୍ବ ଭକ୍ତ ଯୋଗ ଦେଇଥିଲେ । ଏହି ୧୩୮ ତମ ଜନ୍ମ ମହୋତ୍ସବ ରେ ପ୍ରଥମେ ମାଙ୍ଗଳିକ କାର୍ଯ୍ୟ,ଉଷା କୀର୍ତ୍ତନ, ସଂଗୀତାଞ୍ଜଳି, ନଗର ପରିକ୍ରମା, ସାଧାରଣ ସଭା ,ପ୍ରସାଦ ସେବନ ଏବଂ ସନ୍ଧ୍ୟା ବିନତି କରା ଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!