ଏପ୍ରିଲରୁ ୨୨ ରାଜ୍ୟରେ ଏସଆଇଆର

ନୂଆଦିଲ୍ଲୀ, ୨୦/୦୨ : ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। କମିଶନଙ୍କ ଅନୁଯାୟୀ, ଏହି ପଦକ୍ଷେପ ଚଳିତ ବର୍ଷ ଏପ୍ରିଲରୁ ସାରା ଦେଶରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ। ଏହା ଉଲ୍ଲେଖନୀୟ ଯେ ଏହି ପ୍ରକ୍ରିୟା ନିର୍ବାଚନ କମିଶନଙ୍କ ଦ୍ୱାରା ବିହାର ସମେତ ୧୩ଟି ରାଜ୍ୟରେ ପୂର୍ବରୁ କାର୍ଯ୍ୟକାରୀ ହୋଇସାରିଛି।ଆସନ୍ତା ଏପ୍ରିଲରୁ ସମଗ୍ର ଦେଶରେ ଭୋଟର ତାଲିକାରେ ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଆରମ୍ଭ ହେବ । ଗୁରୁବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ମିଳିଛି । ନିର୍ବାଚନ କମିଶନଙ୍କ ସଚିବ ପବନ ଦିୱାନ ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ଚିଠି ଲେଖି ଏସଆଇଆର ସହ ଜଡିତ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ତୁରନ୍ତ ଶେଷ କରିବାକୁ କହିଛନ୍ତି ।ଚିଠିରେ କୁହାଯାଇଛି ଯେ, ଅବଶିଷ୍ଟ ୨୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏପ୍ରିଲରୁ ଏସଆଇଆର ଆରମ୍ଭ ହେବାର ସମ୍ଭାବନା ରହିଛି । ଏସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଅଛି ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ, ଦାଦ୍ରା ଓ ନଗର ହାବେଳି-ଡାମନ ଓ ଡିଉ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ଝାଡଖଣ୍ଡ, କର୍ଣ୍ଣାଟକ, ଲଦାଖ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଦିଲ୍ଲୀ, ଓଡ଼ିଶା, ପଞ୍ଜାବ, ସିକ୍କିମ, ତ୍ରିପୁରା, ତେଲଙ୍ଗାନା ଓ ଉତ୍ତରାଖଣ୍ଡ । ଗତବର୍ଷ ଜୁନ ୨୪ରେ ନିର୍ବାଚନ କମିଶନ ସମଗ୍ର ଦେଶରେ ଏସଆଇଆର କରିବାକୁ କହିଥିଲେ ।ତେବେ ପର୍ଯ୍ୟାୟକ୍ରମେ ଏହି ପ୍ରକ୍ରିୟା କରାଯିବ ବୋଲି ସୂଚନା ମଧ୍ୟ ଦେଇଥିଲେ । ପ୍ରଥମ ପର୍ଯ୍ୟାୟ ଜନଗଣନା ୨୦୨୭ ସହ ଏସବୁ ରାଜ୍ୟରେ ଏସଆଇଆର ପ୍ରକ୍ରିୟା କରାଯିବ ବୋଲି ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟ ଜନଗଣନାରେ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଗୃହ ତାଲିକା ପ୍ରସ୍ତୁତ ଓ ଘର ଗଣନା କାର୍ଯ୍ୟ କରାଯିବ । ତେବେ ଉଭୟ ପ୍ରକ୍ରିୟା ଏକ ସମୟରେ ଚାଲିଲେ ମଧ୍ୟ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି କମିଶନ ଆଶା ରଖିଛନ୍ତି । ନିର୍ବାଚନ କମିଶନ ପ୍ରଥମ ପର୍ଯ୍ୟାୟରେ ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ଏସଆଇଆର କରିଥିଲେ । ଏହା ପରେ ଦ୍ୱିତୀୟ ପର୍ଯ୍ୟାୟରେ ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଗତବର୍ଷ ଅକ୍ଟୋବର ୨୮ ତାରିଖରୁ ଏସଆଇଆର ପ୍ରକ୍ରିୟା ଜାରି ରହିଛି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!