ଆଜି ଗୃହ ଅଚଳ, ଦିନ ୧୧ଟା ୩୦ ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ବର, ୨୦।୦୨: ବିଧାନସଭା ବଜେଟ୍ ଅଧିବେଶନ । ଆଜି ୪ର୍ଥ ଦିନରେ ଗୃହ ଅଚଳ । ବିରୋଧୀ ସଦସ୍ୟ ଗୃହ ମଧ୍ୟ ଭାଗକୁ ହଟ୍ଟଗୋଳ । ଧାନ ସମସ୍ୟା ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ । ଗୃହରେ ପ୍ରବଳ ହୋହାଲ୍ଲା ଏବଂ ହଟ୍ଟଗୋଳ ଲାଗି ମୁଲତବୀ ରଖିଲେ ବାଚସ୍ପତି । ଦିନ ସାଢେ ୧୧ ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।ବିରୋଧୀଙ୍କ ହଟ୍ଟଗୋଳ, ଚାଲିପାରୁନି ବିଧାନସଭା। ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାକ୍ଷଣି ହଟ୍ଟଗୋଳ ଆରମ୍ଭ କରିଥିଲେ ବିରୋଧୀ। ଚାଷୀ ପ୍ରସଙ୍ଗରେ ହାତରେ ପ୍ଲାକାର୍ଡ ଧରି ବିରୋଧୀ ସଦସ୍ୟ ହୋହଲ୍ଲା ଓ ନାରାବାଜି କରିଥିଲେ।ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ବେ ବିରୋଧୀ ସଦସ୍ୟ ନିଜ ଆସନରେ ବସିନଥିଲେ। ଫଳରେ ପ୍ରଶ୍ନକାଳ ମାତ୍ର ୬ ମିନିଟ୍ ଚାଲିପାରିଥିଲା। ବାଧ୍ୟ ହୋଇ ଗୃହକୁ ପ୍ରଥମେ ସାଢେ ୧୧ଟା ଓ ପରେ ୧୨ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ଗୃହକୁ ଚଳାଇ ଦେଉନଥିବାରୁ ବିରୋଧୀଙ୍କୁ ସମାଲୋଚନା କରିଛି ଶାସକ ଦଳ। ବିଜେପି କହିଛି, ସରକାର ପ୍ରସ୍ତୁତ ଥିବା ବେଳେ  ଚାଷୀଙ୍କ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ସଦସ୍ୟ ଇଚ୍ଛା ପ୍ରକାଶ କରୁନାହାନ୍ତି। ସେପଟେ ଅପରାହ୍ନରେ ଆସିବ ୨୦୨୬-୨୭ ବଜେଟ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!