ନବରଙ୍ଗପୁର( ପ୍ରିୟଦର୍ଶିନୀ ପାତ୍ର): ପାପଡା ହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ବିଦ୍ୟାଳୟ ପରିଦର୍ଶନ ଓ ସମୀକ୍ଷା କାର୍ଯ୍ୟକ୍ରମରେ ସେମଳା ଉଚ୍ଚ ବିଦ୍ୟାଳୟରେ ପିଲାମାନଙ୍କ ଶ୍ରେଣୀକକ୍ଷର ଫଳାଫଳ, ଉପସ୍ଥାନ ତଥ୍ୟ, ପଢ଼ା-ଲେଖା ଓ ଗଣିତର ଦକ୍ଷତା ଆଧାରରେ ଶିଶୁମାନଙ୍କର ଶିକ୍ଷାଗତ ସ୍ତର ବିଶ୍ଳେଷଣ କରି ବିଶେଷ ସହାୟତା ଆବଶ୍ୟକ ଥିବା ପିଲାଙ୍କ ତାଲିକା ପ୍ରସ୍ତୁତ କରାଯାଏ। ପରବର୍ତ୍ତୀ ପଦକ୍ଷେପ ଭାବେ ପ୍ରତ୍ୟେକ ଶିଶୁ ପାଇଁ ବ୍ୟକ୍ତିଗତ ଶିକ୍ଷା ସହାୟତା ଯୋଜନା ତିଆରି କରାଯାଇ, ତାହାର କାର୍ଯ୍ୟାନ୍ବୟନରେ ଶିକ୍ଷକମାନଙ୍କୁ ସକ୍ରିୟ ଭାବେ ସମ୍ମିଳିତ କରାଯାଏ।
ଶିକ୍ଷକମାନଙ୍କୁ ପାଠଦାନର ନବୀନ ପ୍ରଣାଳୀ, କ୍ରିୟାଶୀଳ ଶିକ୍ଷାଦାନ, ଶିଶୁ-କେନ୍ଦ୍ରିତ ଅଭିଗମ ଓ ନିରନ୍ତର ମୂଲ୍ୟାଙ୍କନ ପ୍ରଣାଳୀ ବିଷୟରେ ପରାମର୍ଶ ଓ ପ୍ରଶିକ୍ଷଣ ଦିଆଯାଏ। ସହାନୁଭୂତିଶୀଳ ବ୍ୟବହାର, ଉତ୍ସାହବର୍ଦ୍ଧନ ଓ ନିୟମିତ ପୁନରାବୃତ୍ତି ମାଧ୍ୟମରେ ପିଲାଙ୍କ ଆତ୍ମବିଶ୍ୱାସ ଓ ରୁଚି ବୃଦ୍ଧି ପାଇଁ ଜୋର ଦିଆଯାଏ। ଶ୍ରେଣୀକକ୍ଷରେ ଦଳୀୟ କାର୍ଯ୍ୟକଳାପ, ଖେଳାଧାରିତ ଶିକ୍ଷା ଓ ପ୍ରାୟୋଗିକ ଅଭ୍ୟାସ ମାଧ୍ୟମରେ ଶିକ୍ଷାକୁ ଆକର୍ଷଣୀୟ କରାଯାଏ।
ଏହା ସହିତ ବିଦ୍ୟାଳୟକୁ ନିୟମିତ ଭାବେ ଆସୁନଥିବା କିମ୍ବା ଡ୍ରପଅଉଟ୍ ହୋଇଥିବା ପିଲାଙ୍କ ତଥ୍ୟ ସଂଗ୍ରହ କରି ଅଭିଭାବକଙ୍କ ସହ ସଂଯୋଗ ସ୍ଥାପନ କରାଯାଏ। ଘରଭ୍ରମଣ, ସଚେତନତା ସଭା ଓ ସମାଜୀକ ଆଲୋଚନା ମାଧ୍ୟମରେ ଶିକ୍ଷାର ଗୁରୁତ୍ୱ ବିଷୟରେ ଜାଗୃତି ସୃଷ୍ଟି କରାଯାଏ। ଏହି ସମନ୍ୱିତ ଓ ସୁସଂଗଠିତ ପ୍ରୟାସ ମାଧ୍ୟମରେ ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷାର ମୂଳଧାରାରେ ଆନି, ସମାନ ଓ ଗୁଣତ୍ତମକ ଶିକ୍ଷା ସୁନିଶ୍ଚିତ କରିବା ସିଆରସିସିର ମୂଳ ଲକ୍ଷ୍ୟ।ସିଆରସିସି ତରଫରୁ ଦୁର୍ବଳ ପିଲାଙ୍କୁ ସୂକ୍ଷ୍ମ ଭାବେ ଚିହ୍ନଟ କରି, ସେମାନଙ୍କ ପାଇଁ ଶୈକ୍ଷିକ ସହାୟତା ପ୍ରଦାନ କରାଯାଏ। ଏହା ସହିତ, ଶିକ୍ଷକମାନଙ୍କୁ ପିଲାଙ୍କୁ ଭଲପିଲା, ଦଳଗତ ଓ ବ୍ୟକ୍ତିଗତ ଭାବେ ସମର୍ଥନ କରିବା, ଟିଏଲ ଏମ , ପ୍ରାୟୋଗିକ କ୍ଷେତ୍ରରେ ଶିକ୍ଷାଦାନ, ସହାୟତା ମାଧ୍ୟମରେ ଶିଶୁମାନଙ୍କର ଶିକ୍ଷା ସୁନିଶ୍ଚିତ କରିବା ପରାମର୍ଶ ଦିଆଯାଏ। ବିଦ୍ୟାଳୟକୁ ଆସୁନଥିବା କିମ୍ବା ଅନୁପସ୍ଥିତ ପିଲାଙ୍କ ସହ ଅଭିଭାବକଙ୍କ ସହ ସମ୍ପର୍କ ସ୍ଥାପନ କରାଯାଏ, ଯାହା ଉପସ୍ଥାନ ବୃଦ୍ଧି ଓ ପଢ଼ା-ଲେଖାର ଗୁଣବତ୍ତା ବଢାଏ। ସିଆରସିସି ଦ୍ୱାରା ଏହି ସମନ୍ୱିତ ପଦକ୍ଷେପ ଶିକ୍ଷକଙ୍କୁ ପିଲାମାନଙ୍କର ସମଗ୍ର ବିକାଶ ଓ ଶିକ୍ଷାର ମୂଳଧାରାରେ ଆଣିବାରେ ସାହାଯ୍ୟ କରେ। ସିଆରସିସି ର ନୂତନ ଚିନ୍ତାଧାରାକୁ ପ୍ରଧାନ ଶିକ୍ଷୟିତ୍ରୀ ବେହେରା ନିର୍ମଳ କୁମାର, ମିଳନ ଗହିର, କଳ୍ପନା ମାଝୀ, ଅପରାଜିତା ମଲ୍ଲିକ, ଝରଣା ବକ୍ସି, ରାଜେଶ୍ଵରୀ ଦାସ ,,ମନୋଜ ସାହୁ ପ୍ରମୁଖ ସହଯୋଗ ସହ ଏ ଭଳିକାର୍ଯ୍ୟ ଦ୍ବାରା ଶୈକ୍ଷିକ ବିକାଶ ସହ ଶିକ୍ଷାଦାନ ର ଅଗ୍ରଗତି ସମ୍ପର୍କରେ ମତ ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |