(ପ୍ରିୟଦର୍ଶିନୀ ପାତ୍ର)ଡାବୁଗାଁ, ୧୬/୨ – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ପରିସରରେ ଥିବା ମିସନଶକ୍ତି ସଭାଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଜିଲାପାଳ ମହେଶ୍ଵର ସ୍ଵାଇଁ ଙ୍କ ଦ୍ଵାରା ୩୭ ଟି ଅଭିଯୋଗ ର ଶୁଣାଣି କରି ତାର ସମାଧାନ ନିମନ୍ତେ ଜିଲାର ଯେଉଁ ବିଭାଗର ଅଭିଯୋଗ ସେହି ବିଭାଗର ଅଧିକାରୀ ମାନଙ୍କୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୩୭ ଟି ଅଭିଯୋଗ ମଧ୍ୟରୁ ୧୫ ଟି ଅଭିଯୋଗ ବ୍ୟକ୍ତିଗତ, ୨୨ ଟି ଅଭିଯୋଗ ଗୋଷ୍ଠୀଗତ ହୋଇ ଥିବା ବେଳେ ଡାବୁଗାଁ ବ୍ଲକ ସଦରମହକୁମା ଠାରେ ବ୍ରାହ୍ମଣ ସମାଜର ଏକ ବୈଠକ ଗୃହ ନିର୍ମାଣ ନିମନ୍ତେ ଜାଗା ପ୍ରଦାନ, ମେଦନା ଗ୍ରାମରେ ଖେଳ ପଡିଆ ନିର୍ମାଣ, ଜବାଗୁଡା ପଞ୍ଚାୟତର ଫୁଲଭଟ୍ଟା ଗ୍ରାମର ବିଦ୍ୟାଳୟର ଶିକ୍ଷକ ବଦଳି କରିବା, ଡ଼ଙ୍ଗରିଗୁଡା ଗ୍ରାମର ଘରଡିହ ପଟ୍ଟା ପ୍ରଦାନ, ଜୁନାପାଣି ଧାନମଣ୍ଡିରେ ମିଲ ମାଲିକ ଙ୍କ ମନମାନୀ ଓ କୁଇଣ୍ଟାଲ ପିଛା ୧୦ ରୁ ୧୨ କି.ଗ୍ରା. ଧାନ କଟନୀ ଛଟନୀ କରାଯାଉଛି, ଡାବୁଗାଁ ମଶାଣିପଦାରେ ପୋଷାକ ବଦଳ ଗୃହ ନିର୍ମାଣ, ଡାବୁଗାଁ ହାଟପଦା ଗ୍ରାମର କୌଶଲ୍ୟା ଜାନୀ ଙ୍କ ସମ୍ପର୍କୀୟ ଙ୍କ ମୃତ୍ୟୁ ପ୍ରମାଣପତ୍ର ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମିଳୁ ନଥିବା, ନନ୍ଦପୁରାରେ ରାସ୍ତା ନିର୍ମାଣ, ବଡଓଲମା ଗ୍ରାମର ଭିନ୍ନକ୍ଷମ ବିଚିତ୍ର ହରିଜନ ଧାନ ମଣ୍ଡି ରେ ଧାନ ବିକ୍ରି କରି ୧୬ ଦିନ ପୁରିଯାଇଥିଲେ ମଧ୍ୟ ବ୍ୟାଙ୍କ ଖାତାରେ ଧାନ ଟଙ୍କା ନଅସିବା, ପାପଡାହାଣ୍ଡି ବ୍ଲକ ଅଧୀନ ବୁଟିଆଗୁଡା ଗ୍ରାମର ଭୂମିହୀନ ଲୋକଙ୍କୁ ଭ୍ମି ଯୋଗାଇଦେବା, ମୁଣ୍ଡୀଗୁଡା ଗ୍ରାମକୁ ରାସ୍ତା ନିର୍ମାଣ କରିବା, ମଇଦଲପୁର ର ଚାଷୀ ମାନଙ୍କୁ ମଣ୍ଡିରେ ଧାନ ବିକ୍ରି କରିବାକୁ ଟୋକନ ନମିଳିବା, ଚନ୍ଦହାଣ୍ଡି ବ୍ଲକର ସନ୍ଦରିଗୁଡା ଗ୍ରାମରେ ଗାଈ ଗୁହାଳ ନିର୍ମାଣ କରିବା ଓ ଝରିଗାଁ ବ୍ଲକ ଅଧୀନ କୋଇଗାଁ ଗ୍ରାମରେ ଭିନ୍ନକ୍ଷମ ବ୍ୟକ୍ତି ଙ୍କ ଭତ୍ତା ରାଶି ବଢାଇବା ଆଦି ଅଭିଯୋଗ ହୋଇଥିଲା | ଶେଷରେ ୧ ଜଣ ହିତାଧିକାରୀ ଙ୍କୁ ହୁଇଲ ଚେୟାର ଓ ୩ ଜଣ ହିତାଧିକାରୀ ଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା | ଏଥିରେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ମଦକର ସନ୍ଦୀପ ସମ୍ପତ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲାପାଳ ପ୍ରକାଶ କୁମାର ମିଶ୍ର, ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା, ଭରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମଳୟ କୁମାର ପ୍ରଧାନ, ଜିଲା ମତ୍ସ୍ୟ ଅଧିକାରୀ ବିଷ୍ଣୁ ଚରଣ କିଶାନ, ଜିଲା ସାମାଜିକ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର, ଅତିରିକ୍ତ ମୁଖ୍ୟ ଯୋଗାଣ ଅଧିକାରୀ ସଞ୍ଜୁ ପ୍ରଧାନ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଅତିରିକ୍ତ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ପ୍ରଶାନ୍ତ କୁମାର ସାମଲ, ଭାରପ୍ରାପ୍ତ ଜିଲା ପଞ୍ଚାୟତ ଅଧିକାରୀ ପଦ୍ମନାଭ ତ୍ରିପାଠୀ, ସିଡିପିଓ ମିନତୀ ଦାଶ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଜିଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ଚିନ୍ତାମଣି ବେହେରା, ଜିଲା ମୁଖ୍ୟ କୃଷି ଅଧିକାରୀ ସୁଧୀର ରଞ୍ଜନ ବେହେରା, ଜିଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ, ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ସୁବ୍ରତ ମହାନ୍ତି, ଉମରକୋଟ ଅବକାରୀ ନିରିକ୍ଷକ ରଞ୍ଜୁଲତା ବାରିକ, ଡାବୁଗାଁ ବିଡିଓ ସମୀର କୁମାର ପାତ୍ର, ସିଡିପିଓ ମିନତୀ ଦାଶ, ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତାମ, ବ୍ଲକ କୃଷି ଅଧିକାରୀ ସୁଦେଷ୍ଣା ଧଳ, ଡାବୁଗାଁ ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତ୍ରା, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ରାଉତ, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ପବିତ୍ର କୁମାର ସାହୁ, ସହକାରୀ ଉଦ୍ୟାନ ଅଧିକାରୀ ରବିଶଙ୍କର ପଣ୍ଡା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଙ୍କେତ ନାୟକ, ଯୋଗାଣ ନିରୀକ୍ଷକ ସିପ୍ରା ସାମଲ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ଜିଲା ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ଅପରାହ୍ନରେ ଡାବୁଗାଁ ସରକାରୀ ନୂତନ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |