ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର) : ପବିତ୍ର ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ହର ହର ମହାଦେବ ଧ୍ବନିରେ କମ୍ପି ଉଠିଲା କେଲିଆ ପାହାଡ଼। ଚତୁର୍ଦ୍ଦିଗ ଥିଲା ଶିବମୟ। ଏହି ଆଧ୍ୟାତ୍ମିକ ପବିତ୍ର ମୂହୁର୍ତ୍ତ ର ସାକ୍ଷ୍ୟ ଥିଲେ କେଲିଆ ଉନ୍ନୟନ କମିଟି ର ସଭାପତି ଡାବୁଗାଁ ତହସିଲଦାର ଶ୍ରୀମତୀ ଗୀତା ମୁର୍ମୁ, ସଂପାଦକ ଦେବରାଜ ପାତ୍ର, ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, କୋଷାଧ୍ୟକ୍ଷ ଜି ସାଇ ରାଜୁ, ହିନ୍ଦୁ ମହାସଂଘ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, ସୁରେନ୍ଦ୍ର ମିଶ୍ର , ସୂର୍ଯ୍ୟ ସୁବୁଦ୍ଧି, ଭଗବାନ ମହାନ୍ତି, ଧର୍ମାନନ୍ଦ ନାୟକ, ଭଗବାନ ଖୁଣ୍ଟିଆ, ଲକ୍ଷ୍ମୀକାନ୍ତ ରଥ, ଭାଗୀରଥି ମାଝି, ପଦ୍ମ ଚରଣ ମାଝୀ ଏବଂ ଓଡ଼ିଶା ସମେତ ଛତିଶଗଡ଼ ଓ ଅନ୍ୟାନ୍ୟ ରାଜ୍ୟ ରୁ ଆସିଥିବା ହଜାର ହଜାର ଶିବ ଭକ୍ତ। ଶ୍ରଦ୍ଧାଳୁ ମାନଙ୍କ ହୃଦୟରେ ବାବା ଝାଡେଶ୍ଵର ମାଁ ପାର୍ବତୀ ଓ ଚଣ୍ଡୀ ମାତା ଙ୍କ ଦର୍ଶନ ପାଇଁ ଥିବା ଉଦ୍ବେଗ କୁ ଚର୍ମ ଚକ୍ଷୁରେ ବର୍ଣ୍ଣନା କରିବା ସମ୍ଭବ ନଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |