ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ କରକମଳରେ ଶୁଭାରମ୍ଭ ହେଲା ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା

 ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର): ଆଜି ନବରଙ୍ଗପୁର ଜିଲ୍ଲା ମଣ୍ଡେଇ ପଡ଼ିଆରେ ଏକ ଭବ୍ୟ ସମାବେଶରେ ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ କରକମଳରେ ଶୁଭାରମ୍ଭ ହେଲା ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଓ ଭିତ୍ତିପ୍ରସ୍ତର ସ୍ଥାପନ ହେଲା ବହୁ ପ୍ରତିକ୍ଷିତ ମେଡିକାଲ କଲେଜ ର । ଏହି ଶୁଭ ମୁହୁର୍ତ୍ତ ଅବସରରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, କ୍ୟାବିନେଟ୍ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ରାଜ୍ୟ ସଭା ସାଂସଦ ମୁଜିବଲ୍ଲା ଖାନ୍, ବିଧାୟକ ନରସିଂହ ଭତ୍ରା, ଗୌରୀ ମାଝୀ, ମନୋହର ରନ୍ଧାରୀ, ରୁପୁ ଭତ୍ରା ଓ ନରସିଂହ ମାଡକାମୀ ମଞ୍ଚରେ ଉପସ୍ଥିତ ଥିଲେ। ଏହି ଐତିହାସିକ ମୁହୁର୍ତ୍ତ ର ସାକ୍ଷ୍ୟ ଥିଲେ ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି କୁଞ୍ଜବିହାରୀ ଦାଶ, ରାଜ୍ୟ ବିଜେପି ଉପସଭାପତି ରମେଶ ଚନ୍ଦ୍ର ସାହୁ, ପୂର୍ବତନ ଜିଲା ସଭାପତି ଗୋବିନ୍ଦ ଜୈନ, ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ନାୟକ, ମୃତ୍ୟୁଞ୍ଜୟ ଦାସ, ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, ଜେ ରାଜ ଶେଖର ରାଓ, ବରିଷ୍ଠ ନେତା ସୋମନାଥ ପୂଜାରୀ, ବାବୁଲି ପାଳ, ସତ୍ୟବାଦୀ ଷଡ଼ଙ୍ଗୀ, ଯଗଦୀଶ ଭତ୍ରା, ରାମ ନାୟକ, ଶର୍ମିଷ୍ଠା ଦେଓ, , ମନ୍ଦିରା ନାୟକ, ଲକ୍ଷ୍ମୀ ଜାନୀ, ବିରେନ୍ଦ୍ର ନାୟକ, ବାସୁଦେବ ବାବା, ସୌଭାଗ୍ୟ ବାବା, ଦୟାସିନ୍ଧୁ ଭତ୍ରା, ମହେଶ ପାତ୍ର,ସଞ୍ଜିବ ନନ୍ଦ, ହରି ପାଣିଗ୍ରାହୀ , ଅନେକ ଗଣ୍ୟମାନ୍ୟ ବ୍ୟକ୍ତି , ମିଶନ ଶକ୍ତି ରେ କାର୍ଯ୍ୟରତ ମହିଳା ଓ ବିଭିନ୍ନ ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା ସହ ହଜାର ହଜାର ନବରଙ୍ଗପୁର ଜିଲ୍ଲାବାସୀ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!