ଭୁବନେଶ୍ୱର,:ଆଦିକବି ମହର୍ଷି ବାଲ୍ମୀକିଙ୍କ ସଂସ୍କୣତ ‘ରାମାୟଣ’ର ସଂକ୍ଷିପ୍ତ ଅନୁବାଦ ବା ସାରାନୁବାଦ ଅନେକ ହୋଇଛି। କିନ୍ତୁ ଏଯାଏ ଏହାର ପୂର୍ଣ୍ଣାଙ୍ଗ ଅନୁବାଦ ହୋଇ ନଥିଲା। ପୁଣି ପଦ୍ୟରେ ଏହି ଅନୁବାଦ ହୋଇଛି। ଏଣୁ ଏହା ଓଡିଆ ସାହିତ୍ୟକୁ ଏକ ଅମୂଲ୍ୟ ଅବଦାନ ବୋଲି ଏହାର ଲୋକାର୍ପଣ ଉତ୍ସବରେ ଅତିଥିମାନେ କହିଛନ୍ତି। ଆଜି ସନ୍ଧ୍ୟାରେ ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାକକ୍ଷରେ, ସତ୍ୟ ଚେତନା ପୁରାଣ ପ୍ରକଳ୍ପ ପକ୍ଷରୁ ଏହାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ସତ୍ୟଚେତନା ବେଦଯଜ୍ଞ ମିଶନ୍ ର ଅଧ୍ୟକ୍ଷ ନଳିନୀକାନ୍ତ ପଟ୍ଟନାୟକ ସଭାପତିତ୍ବ କରିଥିଲେ। ପୁରୀ ଜଗନ୍ନାଥ ବିଦ୍ୟାଧରପୁର ଶାସନ, ସଙ୍କଟମୋଚନ ସେବା ସଦନର ପ୍ରତିଷ୍ଠାତା ହନୁମାନ ସୀତାରାମ ଦାସଜୀ ମହାରାଜ ମୁଖ୍ୟ ଅତିଥି ଏବଂ ଶ୍ରୀରାମ ଭକ୍ତ ତଥା ବିଶିଷ୍ଟ ବିଦ୍ବାନ ଓ ପ୍ରବାଚକ ବୀରେନ୍ଦ୍ର କୁମାର ଶତପଥୀ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ। ସତ୍ୟଚେତନା ଟ୍ରଷ୍ଟ୍ ର ପ୍ରତିଷ୍ଠାତା ସ୍ବାମୀ ଶ୍ରୀ ଆତ୍ମାନନ୍ଦ ଆଶୀର୍ବଚନ ପ୍ରଦାନ କରିଥିଲେ। ଅନୁବାଦକ ପ୍ରବୋଧ କୁମାର ପଟ୍ଟନାୟକ ଉପସ୍ଥିତ ରହି ଅନୁବାଦକୀୟ ଅନୁଭୂତି କହିଥିଲେ। ଉତ୍ସବରେ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାହିତ୍ୟିକ ଓ ଅନୁବାଦକ ଅସିତ ମହାନ୍ତି ଉତ୍ସବର ସଂଯୋଜନା କରିଥିଲେ। ପରିଶେଷରେ ସତ୍ୟଚେତନା ଓଡ଼ିଶା ପ୍ରକଳ୍ପର ଉପଦେଷ୍ଟା ଶିଶିର କୁମାର ଦାସ ଧନ୍ୟବାଦ ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |