କୁକୁଡ଼ା ଗାଲିରେ ଚଢ଼ଉ..୧୦ ବାଇକ୍ ଜବତ, ୬ ଗିରଫ

ନବରଙ୍ଗପୁର( ପ୍ରିୟଦର୍ଶିନୀ ପାତ୍ର):- ପାପଡ଼ାହାଣ୍ଡି ବ୍ଲକ ସିରସୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୋରିଷପଦର କାଜୁ ବଗିଚାରେ ଚାଲିଥିବା କୁକୁଡ଼ା ଗାଲିରେ ପୁଲିସ ଚଢ଼ଉ କରି ୧୦ଟି ବାଇକ୍ ଜବତ କରିଛି। ଏଥିସହିତ ୬ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କୁ ନୋଟିସ୍ ଦେଇ ଛାଡ଼ି ଦେଇଥିବା ଜଣାପଡ଼ିଛି। ସୋରିଷପଦର କାଜୁ ବଗିଚାରେ କୁକୁଡ଼ା ଗାଲି ଚାଲିଥିବା ନେଇ କୌଣସି ସୂତ୍ରରୁ ପାପଡ଼ାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକଙ୍କୁ ସୂଚନା ମିଳିଥିଲା। ଏହାପରେ ଏସଆଇ ଉମାକାନ୍ତ ଶବର ନେତୃତ୍ବରେ ପୁଲିସ ଟିମ୍ ଚଢ଼ଉ କରିଥିଲେ। ପୁଲିସକୁ ଦେଖି ୫୦ରୁ ଊର୍ଦ୍ଧ୍ବ ଲୋକ ଦୌଡ଼ି ପଳାଇଥିଲେ। ତେବେ ପୁଲିସ ଘଟଣାସ୍ଥଳରୁ ସଦା ହରିଜନ, କମଳ ଲୋଚନ ସାହୁ, ପରମାନନ୍ଦ ହରିଜନ, ଯୁଧିଷ୍ଟି ହରିଜନ, ରେଣୁ ଅମନାତ୍ୟା, ଚକରା ପୂଜାରୀକୁ ଗିରଫ କରିଥିଲା। ଏଥିସହ ୧୦ଟି ବାଇକ୍, ଖୁଡ଼ୁଖୁଡ଼ି ଓ ନଗଦ ଦୁଇ ହଜାର ଟଙ୍କା ଜବତ କରିଥିଲା । ଏନେଇ ପାପଡ଼ାହାଣ୍ଡି ଥାନାରେ କେସ୍‌ ନଂ-୧୮୪/୨୬ରେ ମାମଲା ରୁଜୁ କରିଥିଲା। ଏହି ଚଢ଼ଉ ସମୟରେ ଏଏସଆଇ ଶରତ ଚନ୍ଦ୍ର କୁଟୁରିକା, ଏଏସଆଇ ସଞ୍ଜୁଲତା ମେଳକା, ଏଏସଆଇ ରାକେଶ କୁମାର ପାଳ, ଧର୍ଜେଶ ଗଣ୍ଡା, ଜ୍ୟୋତ୍ସ୍ନା ହରିଜନ, ରଞ୍ଜିତ ହରିଜନ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!