ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର): ଆଧ୍ୟାତ୍ମିକ ପରିବେଶ ଓ ଜୟ ଜଗନ୍ନାଥ ଧ୍ବନି ସହ ଗଡ଼ିଲା ଡାବୁଗାଁ ରେ ରଥ । ଜଗତର ନାଥ ଜଗନ୍ନାଥ ସହ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ସୁଦର୍ଶନ ରଥାରୂଢ଼ ହେବାପରେ ଭକ୍ତ ଉତ୍ସାହ ର ସହ ମାଉସୀ ମାଁ ମନ୍ଦିର ପର୍ଯ୍ୟନ୍ତ ରଥକୁ ଟାଣି ନେଇଥିଲେ। ଜଗନ୍ନାଥ ମନ୍ଦିର କମିଟି ର ସଭାପତି ଡାବୁଗାଁ ତହସିଲଦାର ଶ୍ରୀମତୀ ଗୀତା ମୁର୍ମୁ, କେଲିଆ ମନ୍ଦିର ସଂପାଦକ ଦେବରାଜ ପାତ୍ର, ଆଇ ଆଇ ସି ଲକ୍ଷ୍ମୀ ପରଜା , ଜଗନ୍ନାଥ ମନ୍ଦିର କମିଟି ଉପସଭାପତି ଜି ଭେଙ୍କେଟେଶ୍ବର ରାଓ, ସଂପାଦକ ଜି ସାଇ ରାଜୁ, ସହ ସଂପାଦକ ଭଗବାନ ମହାନ୍ତି, ସୁରେନ୍ଦ୍ର ମିଶ୍ର, ବରିଷ୍ଠ ଆଇନଜୀବି ଜୟନ୍ତ କୁମାର ପାତ୍ର, ମିହିର ଶଙ୍କର ପାତ୍ର, ଏମ୍ ଆପା ରାଓ, ଗୁପ୍ତ ବିଷୟୀ, ଜି ଗୋପାଳକୃଷ୍ଣ ରାଓ, ବାବି ଜେନା, ରାମ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ପୋଲିସ ଓ ସ୍ବେଚ୍ଛାସେବୀ ମାନେ ରଥ ଯାତ୍ରା ଅବସରରେ ସଂପୂର୍ଣ୍ଣ ସହଯୋଗ କରିଥିଲେ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |