ପ୍ରଧାନମନ୍ତ୍ରୀ କେସିଙ୍ଗା ରେଳ ଷ୍ଟେଶନ କଲେ ଉଦ୍‌ଘାଟନ

କେସିଙ୍ଗା,୧୭ା୭ : କଳାହାଣ୍ଡି ଜିଲାର   କେସିଙ୍ଗା ରେଲଓ୍ବେ ଷ୍ଟେଶନର ଶୁଭ ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଭର୍ଚୁଆଲ ଦ୍ବାରା ଶୁକ୍ରବାର ଅପରାହ୍ନରେ ଉଦ୍‌ଘାଟନ କରିଛନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର କୁମାର ପାଟ୍ଟଯୋଶୀ ଯୋଗଦେଇ ଥିଲେ। ବିଶିଷ୍ଟ ଅତିଥି ଭାବେ ସମ୍ବଲପୁର ରେଳଓ୍ବେ ଡିଭିଜନର ଏଡିଆର୍‌ଏମ୍‌ ମଞ୍ଜିତ କୁମାର ସାନସନଓ୍ବାଲ, କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ,ପଦ୍ମଶ୍ରୀ ପଟେଲ ସାହୁ, ମଞ୍ଚାସୀନ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ଦ୍ବାରା ଜଳନ୍ଧର ଷ୍ଟେଶନରେ ପ୍ରଥମେ ଉଦ୍‌ଘାଟନ କରିଥିଲେ। ଅମୃତ ଭାରତ ଯୋଜନାରେ ୨୨କୋଟି ବ୍ୟୟ ଅଟକଳରେ ନିର୍ମିତ କେସିଙ୍ଗା ରେଲଓ୍ବେ ଷ୍ଟେଶନ ସମେତ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ବରପାଲି ଷ୍ଟେଶନର ଅମୃତ ଭାରତ ଯୋଜନାରେ ନିର୍ମାଣ କରାଯାଇଥିବା ଷ୍ଟେଶନର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଉପଲେକ୍ଷ ଦ୍ରୌଣାଚାର୍ଯ୍ୟ, ୟଙ୍ଗ ବ୍ଲଡ୍‌ ପବ୍ଲିକ ସ୍କୁଲର ଛାତ୍ରୀଙ୍କ ଦ୍ବାରା ରଚନା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଉପଲକ୍ଷେ ବିଭିନ୍ନ ସାଂକୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ମଞ୍ଚ ପରିଚାଳନା କରିଥିଲେ ଧର୍ମେନ୍ଦ୍ର ପ୍ରସାଦ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!