ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବା ପରେ ଡାବୁଗାଁରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର) :-ଡାବୁଗାଁ ରେ ଧୁମଧାମରେ ପାଳନ କରାଯାଇଛି ବାହୁଡ଼ା ଯାତ୍ରା। ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବା ପରେ ଭକ୍ତ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରଥକୁ ଭକ୍ତି ର ସହ ଟାଣି ଆଣି ଥିଲେ। ଛେରାପହଁରା କରିଥିଲେ ଡାବୁଗାଁ ତହସିଲଦାର ଗୀତା ମୂର୍ମୁ । ଅନ୍ୟ ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ କେଲିଆ ମନ୍ଦିର ସଂପାଦକ ଦେବରାଜ ପାତ୍ର, ଜଗନ୍ନାଥ ମନ୍ଦିର ଉପସଭାପତି ଜି.ଭେଙ୍କେଟେଶ୍ୱର ରାଓ, ସଂପାଦକ ଜି.ସାଇରାଜୁ , ଡାବୁଗାଁ ବିଡିଓ ସମୀର ପାତ୍ର, ଡାବୁଗାଁ ଆଇଆଇସି ଲଷ୍ମୀ ପରଜା, ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର, ସହ ସମ୍ପାଦକ ଭଗବାନ ମହାନ୍ତି, ବରିଷ୍ଠ ଆଇନଜିବି ମିହିର ଶଙ୍କର ପାତ୍ର ଏବଂ ଅନ୍ୟାନ୍ୟ ଗ୍ରାମର ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!