ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର):- ଡାବୁଗାଁ ବ୍ଲକ ମିସନଶକ୍ତି ସଭାଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା।ଏଥିରେ ନବରଙ୍ଗପୁର ଜିଲାପାଳ ମହେଶ୍ଵର ସ୍ଵାଇଁଙ୍କ ଦ୍ଵାରା ୨୩ ଟି ଅଭିଯୋଗର ଶୁଣାଣି କରି ତାର ସମାଧାନ ନିମନ୍ତେ ଜିଲାର ଯେଉଁ ବିଭାଗର ଅଭିଯୋଗ ସେହି ବିଭାଗର ଅଧିକାରୀ ମାନଙ୍କୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨୩ ଟି ଅଭିଯୋଗ ମଧ୍ୟରୁ ୧୬ଟି ଅଭିଯୋଗ ବ୍ୟକ୍ତିଗତ, ୭ଟି ଅଭିଯୋଗ ଗୋଷ୍ଠୀଗତ | ମୁଖ୍ୟା ରାସ୍ତାରେ ଥିବା ଡ୍ରେନ ସମ୍ପୂର୍ଣ କରିବା, ବୋରିପଦର ଗ୍ରାମରେ ନଳକୂପ ଓ ବିଶ୍ରାମ ଗୃହ ନିର୍ମାଣ,ଜୟନ୍ତିନଗର ରାସ୍ତା ନିର୍ମାଣ, ଡାବୁଗାଁ ବ୍ଲକରେ ମଦ ବିକ୍ରି ବନ୍ଦ ଭଳି ଅଭିଯୋଗ ହୋଇଛି। ଏହି ଜନଶୁଣାଣୀରେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ମଦକର ସନ୍ଦୀପ ସମ୍ପତ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲାପାଳ ପ୍ରକାଶ କୁମାର ମିଶ୍ର, ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା, ଭାରପ୍ରାପ୍ତ ଜିଲା ପଞ୍ଚାୟତ ଅଧିକାରୀ ପଦ୍ମନାଭ ତ୍ରିପାଠୀ, ଡାବୁଗାଁ ବିଡିଓ ସମୀର କୁମାର ପାତ୍ର, ଡାବୁଗାଁ ଏଡିସନାଲ ତହସିଲଦାର ପ୍ରତାପ ଚନ୍ଦ୍ର ପୂଜାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତାମ, ସିଡିପିଓ ମିନତୀ ଦାଶ, ବ୍ଲକ କୃଷି ଅଧିକାରୀ ସୁଦେଷ୍ଣା ଧଳ, ଡାବୁଗାଁ ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତ୍ରା,ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁବାଶିଷ ସାହୁ,ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ରାଉତ, ସହକାରୀ ଉଦ୍ୟାନ ଅଧିକାରୀ ରବି ଶଙ୍କର ପଣ୍ଡା, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଯୋଗାଣ ନିରୀକ୍ଷକ ସିପ୍ରା ସାମଲ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ଜିଲା ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |