କେଲିଆ ଶୈବ ପୀଠରେ ବୋଲବମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର):- ଡାବୁଗାଁ ବ୍ଲକ ଅଧିନସ୍ତ କେଲିଆ ମନ୍ଦିର ଠାରେ ଚଳିତ ବର୍ଷ ବୋଲବମ ପାଇଁ କେଲିଆ ମନ୍ଦିର ସଭାପତି ଡାବୁଗାଁ ତହସିଲଦାର ଗୀତା ମୁର୍ମଙ୍କ ସଭାପତିତ୍ୱ ରେ ଏକ ବୈଠକ ଅନୁଷ୍ଠିତ ହେଲା। ଚଳିତ ବର୍ଷ ବୋଲବମ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କିଭଳି ସମସ୍ତଙ୍କୁ ସହଯୋଗ ଏବଂ ମନ୍ଦିର କମିଟିର ତଦାରଖରେ ସବୁ କାମ ସୁରୁଖୁରୁରେ ହେବ ଏହା ଉପରେ ବିସ୍ତୃତ ଆଲଚନା ହୋଇଥିଲା । କମିଟିର ସମ୍ପାଦକ ଦେବରାଜ ପାତ୍ର ଗତ ବୈଠକର ବିବରଣୀ ପାଠ କରିବା ସହ ଆଲଚନା ଆରମ୍ଭ କରିଥିଲେ । ଏହି ବୈଠକରେ ସମ୍ପାଦକ ଶ୍ରୀ ଦେବରାଜ ପାତ୍ର, କସାଧକ୍ଷ ଜି. ସାଇ ରାଜୁ, ଉପସଭାପତି ବୀଣା ମାଝୀ ବରିଷ୍ଟ ବିଜେଡି ନେତା ସୁରେନ୍ଦ୍ର ମିଶ୍ର , ଚାଚାରଗୁଡା ସରପଞ୍ଚ ରା଼ଞ୍ଜୁ ଭତ୍ରା, ବଂଶୀ ମାଝୀ,ଭାଗିରଥି ନାୟକ, ପଦମ ଭତ୍ରା ଏବଂ ଆଖ ପାକ ଗ୍ରାମର ଲକମାନେ ଉପସ୍ଥିତ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!