ଭୁବନେଶ୍ୱର,,୬ା୮:ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଟ୍ରପ୍ ଲାଇନ ପ୍ରଭାବରେ ରାଜ୍ୟର ପ୍ରବଳ ବର୍ଷା ହେଉଛି।ବାୟୁମଣ୍ଡଳ ଉପରି ଭାଗରେ ଜଳୀୟବାଷ୍ପ ଏବଂ ତାପମାତ୍ରା ଅଧିକ ରହିବା ହେତୁ କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ସବୁଠାରୁ ଅଧିକ ବର୍ଷା ହୋଇଛି ।ବୁଧାବାର ରାତିଠାରୁ ରାଜଧାନୀ ଭୁବନେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଲଗାତାର ବର୍ଷା ଯୋଗୁଁ ସହରର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଥିବାବେଳେ ଜନଜୀବନ ପ୍ରଭାବିତ ହୋଇଛି। ଭୁବନେଶ୍ୱରରେ ୧୦୭ ମିମି ବର୍ଷା ରେକର୍ଡ କରାଯାଇଛି। ଆଇଟିଇଆର୍ ଏବଂ କିଟ୍ ଅଞ୍ଚଳର ପାଣିପାଗ ରିପୋର୍ଟ ସାମ୍ନାକୁ ଆସିଛି।ମଧୁସୂଦନ ନଗର ଅଞ୍ଚଳରେ ବର୍ଷାର ପରିମାଣ ସବୁଠୁ ଅଧିକ ରହିଛି। ITER ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ 78.0 mm ପ୍ରବଳ ବର୍ଷା ରେକର୍ଡ ହୋଇଛି। KIIT ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ଗତ ୨୪ ଘଣ୍ଟାରେ ୩୭.୪ ମିମି ବର୍ଷା ହୋଇଛି। ଅର୍ଥାତ୍ KIIT ଅଞ୍ଚଳ ତୁଳନାରେ ITER ଅଞ୍ଚଳରେ ପ୍ରାୟ ଦୁଇଗୁଣରୁ ଅଧିକ ବର୍ଷା ହୋଇଛି। ବର୍ଷା ପ୍ରଭାବରେ ତାପମାତ୍ରା 25°Cକୁ ଖସିଆସିଥିବାବେଳେ ବାୟୁମଣ୍ଡଳରେ ଆର୍ଦ୍ରତା 98% ରହିଛି।ଆସନ୍ତା ୩ ଘଣ୍ଟା ମଧ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସତର୍କତା ଜାରି କରିଛି ପାଣିପାଗ ବିଭାଗ। କେନ୍ଦୁଝର, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, କୋରାପୁଟ, ନୟାଗଡ଼, ଯାଜପୁର, କଟକ, କଳାହାଣ୍ଡି ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଲୋକେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଆଜି ପ୍ରବଳ ବର୍ଷା ସମ୍ଭାବନା ରହିଛି।ଏଥିପାଇଁ ସାରା ଓଡ଼ିଶାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି। ଆଜି ପାଇଁ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ବାକି ୨୮ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ। ତେବେ ଆସନ୍ତାକାଲି ବର୍ଷାର ପରିମାଣ ସାମାନ୍ୟ ହ୍ରାସ ପାଇପାରେ। ଆସନ୍ତାକାଲି ପାଇଁ ୨୦ ଜିଲ୍ଲାକୁ ବର୍ଷା ଆଲର୍ଟ ରହିଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ କମିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |