ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ ଦେଶର ନେତାମାନେ ସାମିଲ ଅଛନ୍ତି। ଆସନ୍ତା ବର୍ଷ ୭ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ଆଖି ଆଗରେ ରଖି ଭାଜପା ଏହି ନୂତନ ଦଳ ଗଠନ କରିଛି।
ଓଡ଼ିଶାରୁ ୨ ଜଣଙ୍କୁ ନୀତିନ ନବୀନଙ୍କ ଟିମ୍ରେ ନିଆଯାଇଛି। ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ବୈଜୟନ୍ତ ପଣ୍ଡାଙ୍କୁ ପୁନଃ ଦାୟିତ୍ୱ ଦିଆଯାଇଛି। ସେହିପରି ନର୍ଥ ଇଷ୍ଟର ସଂଯୋଜକ ଭାବେ ସମ୍ବିତ ପାତ୍ରଙ୍କୁ ନିଯୁକ୍ତ କରାଯାଇଛି।। ନୂଆ ରାଷ୍ଟ୍ରୀୟ ଟିମରେ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ମିଳିଛି। ମୋଟ ୧୩ ଜଣଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଓଡ଼ିଶାର କେନ୍ଦ୍ରାପଡ଼ାରୁ ଲୋକସଭାକୁ ନିର୍ବାଚିତ ବୈଜୟନ୍ତ ପଣ୍ଡା ବିଜେପିରେ ଦୀର୍ଘଦିନ ଧରି ଜଣେ ପ୍ରମୁଖ ସଂଗଠନକର୍ତ୍ତା ଓ ରଣନୀତିକାର ଭାବେ ନିଜର ଦକ୍ଷତା ପ୍ରମାଣ କରିଆସିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |