ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଗଲା ନିଆଁ

ନୂଆଦିଲ୍ଲୀ,୧୭ା୭:ମଧ୍ୟ ପ୍ରଦେଶର ଭୋପାଲରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ଏକ କୋଚ୍‌ର ବ୍ୟାଟେରୀ ବକ୍ସରେ ସୋମବାର ସକାଳେ ନିଆଁ ଲାଗିଯାଇଥିଲା। ତେବେ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି। କାହାରି କିଛି ହୋଇନାହିଁ। ଟ୍ରେନ୍‌ଟି ରାଣୀ କମଳାପତି ଷ୍ଟେସନ (ପୂର୍ବରୁ ଏହାର ନାଁ ହବିବଗଞ୍ଜ ଷ୍ଟେସନ ଥିଲା) ଛାଡ଼ିବା ପରେ ସକାଳ ପ୍ରାୟ ୬ଟା ୪୫ ବେଳେ ସି-୧୨ ବଗିର ବ୍ୟାଟେରୀ ବକ୍ସରେ ନିଆଁ ଲାଗିଥିବା କିଛି ରେଳ କର୍ମଚାରୀ ଦେଖିଥିଲେ। ଏହା ପରେ ସଙ୍ଗେ ସଙ୍ଗେ ଟ୍ରେନ୍‌ଟି ଅଟକ ରହିଥିଲା। ବିଦିଶା ଜିଲ୍ଲାର କୁରୱାଇ-କୈଥୋରା ଷ୍ଟେସନ ନିକଟରେ ଟ୍ରେନ୍‌ଟି ଅଟକି ଥିଲା।ଭୋପାଳରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବନ୍ଦେ ଭାରତ ଟ୍ରେନରେ ଅଗ୍ନିକାଣ୍ଡ ଭଳି ଏକ ଅଘଟଣ ଘଟିଯାଇଛି । ରାନୀ କମଲାପତି ଷ୍ଟେସନରୁ ଯିବା ବେଳେ ଟ୍ରେନର ୧୪ତମ କୋଚରୁ ପ୍ରଥମେ ନିଆଁ ବାହାରିତିବା ଦେଖାଯାଇଛି । ଯାହାକୁ ଦେଖି ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଅଗ୍ନିକାଣ୍ଡ ଦେଖିବା ମାତ୍ରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇ ଘଟଣାସ୍ଥଳକୁ ଡକାଯାଇଥିଲା । ସି-୧୨ ବଗିରୁ ତୁରନ୍ତ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇଥିଲା। ଅନ୍ୟ କୋଚଗୁଡ଼ିକରେ ବସିଥିବା ଯାତ୍ରୀମାନେ ମଧ୍ୟ ଓହ୍ଲାଇ ଆସିଥିଲେ। ଦମକଳ ବାହିନୀ କର୍ମଚାରୀମାନେ ଅଳ୍ପ ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରିଥିଲେ। ତା’ପରେ ରେଳ କର୍ମଚାରୀମାନେ ସେଥିରେ ଆକଶ୍ୟକ ଯାଞ୍ଚ ଓ ମରାମତି କାମ କରିବା ପରେ ଟ୍ରେନ୍‌ଟି ପୁଣି ଯାତ୍ରା ଆରମ୍ଭ କରିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!