ପୁରୀବାସିନ୍ଦା ଆଜିଠୁ ପଶ୍ଚିମ ଦ୍ୱାର ବାଟେ କରିପାରିବେ ଜଗା ଦର୍ଶନ

ପୁରୀ,୨୪।୭:  ଆଜିଠୁ ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର। ପୁରୀ ବାସିନ୍ଦା ପରିଚୟପତ୍ର ଦେଖାଇ ଏହି ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି।   ଶ୍ରଦ୍ଧାଳୁଙ୍କ ପାଇଁ ଏହି ଦ୍ୱାରଟି ପ୍ରାୟ ଦେଢ ବର୍ଷ ପରେ ଖୋଲା ହୋଇଛି । କିନ୍ତୁ ଏହି ଦ୍ୱାର ଦେଇ କେବଳ ପୁରୀ ବାସୀ ହିଁ ଦର୍ଶନ ପାଇଁ ଯାଇପାରିବେ  । ଏହି ଦ୍ୱାର ସମ୍ମୁଖରେ ଏକ ଛୋଟ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ମନ୍ଦିରକୁ ପ୍ରବେଶ କରିବା ସମୟରେ ସହରବାସୀ ପରିଚୟପତ୍ର ଦେଖାଇ ପ୍ରବେଶ କରିବେ । ପଶ୍ଚିମ ଦ୍ବାର ନିକଟରେ ଥିବା ସେଲଟର୍ ପ୍ୟାଭିଲିୟନରେ ଜୋତା ଓ ଅନ୍ୟ ଆସବାବ ରଖି ଧାଡ଼ିରେ ପ୍ରବେଶ କରୁଛନ୍ତି । କୋଭିଡ ମହାମାରୀ ସମୟରେ କେବଳ ସିଂହଦ୍ୱାର ଦେଇ ସମସ୍ତ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଥିଲା। ଏବେ ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର ଭକ୍ତଙ୍କ ପାଇଁ ଖୋଲାରହିବ। ସିଂହଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ବେଳେ ପ୍ରବଳ ଭିଡ଼ ହେଉଥିବାରୁ ୪ ଦ୍ୱାର ଭକ୍ତଙ୍କ ପାଇଁ ଖୋଲିବାକୁ ଦାବି ଜୋର ଧରିଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରଶାସନିକ ନିଷ୍ପତ୍ତିକୁ ପ୍ରତିବାଦ ଜଣାଇ ଏକ ଟ୍ୱିଟ୍ କରିଥିଲେ। ଅତି କମରେ ପୁରୀବାସୀଙ୍କ ପ୍ରବେଶ ପାଇଁ ଶ୍ରୀମନ୍ଦିର ଗୋଟିଏ ଦ୍ୱାର ନଖୋଲିଲେ, ଆଜିଠୁ ପଶ୍ଚିମଦ୍ୱାର ଆଗରେ ବସି ଠାକୁରଙ୍କୁ ଆରାଧନା କରିବେ ବୋଲି କହିଥିଲେ। ଶେଷରେ ପ୍ରଶାସନ ପଶ୍ଚିମ ଖୋଲା ଯିବ ବୋଲି ନିଷ୍ପତ୍ତି ନେଇଥିଲା| ତେବେ ଶ୍ରୀମନ୍ଦିର ପ୍ରରିକ୍ରମା ପ୍ରକଳ୍ପ କାମ ଚାଲିଥିବା ଦର୍ଶାଇ ଅନ୍ୟ ଦୁଇ ଦ୍ୱାର ଖୋଲା ଯାଇନାହିଁ । ପରେ ଏନେଇ ବିଚାର କରାଯିବ ବୋଲି କୁହାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!