ସୁଡାନରେ ବିମାନ ଦୁର୍ଘଟଣାଗ୍ରସ୍ତ,୯ ମୃତ, ବର୍ତ୍ତିଗଲା ଶିଶୁ

ନୂଆଦିଲ୍ଲୀ,୨୪।୭ :ସୁଡାନରେ ଗତ ରାତିରେ ଏକ ଭୟଙ୍କର ବିମାନ ବିସ୍ଫୋରଣ ହୋଇ ୯ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୪ ସୈନିକ ଥିବା ଜଣାଯାଇଛି। ତେବେ ସୌଭାଗ୍ୟବଶଃତ ଉକ୍ତ ସମୟରେ ବିମାନରେ ଥିବା ଏକ ଛୋଟ ଶିଶୁ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛି। ପୋର୍ଟ ସୁଡାନ ବିମାନବନ୍ଦରରେ ଏକ ନାଗରିକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ଚାରିଜଣ ସାମରିକ କର୍ମଚାରୀଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ସୁଡାନ ସେନା ଏକ ବିବୃତ୍ତି ଜାରି କରିଛି । ଏହି ଦୁର୍ଘଟଣାରେ ଜଣେ ଝିଅର ଜୀବନ ରକ୍ଷା ପାଇଥିବା ସେନା କହିଛି । ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଆଣ୍ଟୋନୋଭ ବିମାନ ଉଡାଣ ଭରିଥିଲା ଓ ସେଥିରେ ଟେକନିକାଲ ତ୍ରୁଟି ଦେଖାଦେଇଥିଲା । ଏହା ପରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!