ନୂଆଦିଲ୍ଲୀ,୨୪।୭ : ବଦଳିପାରେ ଟୁଇଟରର ଲୋଗୋ ।ନୀଳ ପକ୍ଷୀ ବଦଳରେ ଇଂରାଜୀ ‘ଏକ୍ସ’ ଟୁଇଟରର ନୂଆ ଲୋଗୋ ହେବ ବୋଲି ଏଲୋନ ମସ୍କ ସୂଚନା ଦେଇଛନ୍ତି। ଗତ ବର୍ଷ ଟୁଇଟରର ଦାୟିତ୍ୱ ଗ୍ରହଣ କରିବା ପରେ ଏଲନ ମସ୍କ କମ୍ପାନୀରେ ଅନେକ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଏହାର ସ୍ବତନ୍ତ୍ର ନୀଳ ପକ୍ଷୀ ଲୋଗୋ ଶୀଘ୍ର ଇତିହାସ ହେବ। କମ୍ପାନୀରେ ଏକ ନୂତନ ପରିବର୍ତ୍ତନ ଭାବରେ, ଟୁଇଟର ଡଟ କମ ଏକ୍ସ ଡଟ କମ୍ (X.com )ହେବ। ମସ୍କ ତାଙ୍କର ଏକ ଟୁଇଟରେ ଏହା କହିଛନ୍ତି ।ସେ ଟୁଇଟ କରିଛନ୍ତି ଖୁବ ଶୀଘ୍ର ଟୁଇଟରର ଲୋଗୋ ପରିବର୍ତ୍ତନ ହେବ। ସେ ଏକ ଏକ୍ସର ଚିତ୍ର ମଧ୍ୟ ପୋଷ୍ଟ କରିଛନ୍ତି ଯାହାର ଅର୍ଥ ହେଉଛି “ଏକ୍ସ” ଅକ୍ଷର ଟୁଇଟରର ଲୋଗୋ ଭାବେ ବଦଳିବ। ଅନ୍ୟ ଏକ ଟୁଇଟରେ ସେ କହିଛନ୍ତି ଖୁବ ଶୀଘ୍ର ଆମେ ଟୁଇଟର ବ୍ରାଣ୍ଡ ଏବଂ ଧୀରେ ଧୀରେ ସମସ୍ତ ପକ୍ଷୀଙ୍କୁ ବିଦାୟ ଦେବୁ।ସେ ଅନ୍ୟ ଏକ ଟୁଇଟରେ କହିଛନ୍ତି ଯଦି ଏକ ଭଲ “ଏକ୍ସ” ଲୋଗୋ ପୋଷ୍ଟ କରାଯାଏ, ତେବେ ଆମେ ଏହାକୁ ସାରା ବିଶ୍ୱରେ ଲାଇଭ କରିବୁ। ଉଲ୍ଲେଖନୀୟ ବିଷୟ ହେଉଛି, ସ୍ପେସ ଏକ୍ସ ସମେତ ମସ୍କଙ୍କର ଅନେକ କମ୍ପାନୀ ସେମାନଙ୍କ ନାମରେ ଏକ୍ସ ଅକ୍ଷର ରଖିଛନ୍ତି। ମସ୍କ ଟୁଇଟର କିଣିବା ପରଠାରୁ ବ୍ଲୁ ଟିକ ସବସ୍କ୍ରିପଶନ ସହିତ ଅନେକ ପରିବର୍ତ୍ତନ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |