ନୂଆଦିଲ୍ଲୀ,୧୦ା୮: କାଟ ଖାଇଲା ଅନାସ୍ଥା ପ୍ରସ୍ତାବ । ବାଚନିକ ଭୋଟରେ ଉଡିଗଲା ଅନାସ୍ଥା ପ୍ରସ୍ତାବ । ବାଚନିକ ଭୋଟରେ କାଟ ଖାଇଲା ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ । ବାଚନିକ ଭୋଟ ପୂର୍ବରୁ କକ୍ଷତ୍ୟାଗ କରିସାରିଥିଲେ ବିରୋଧୀ । ମଣିପୁର ପ୍ରସଙ୍ଗରେ ବିରୋଧୀ ଆଣିଥିଲେ ଅନାସ୍ଥା ପ୍ରସ୍ତାବ । ସେପଟେ, ଲୋକସଭାରୁ ନିଲମ୍ଵିତ ହେଲେ କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ । କଂଗ୍ରେସ ସଦସ୍ୟ ଅଧିର ରଂଜନ ଚୌଧୁରୀଙ୍କୁ ଗୃହରୁ ସସ୍ପେଣ୍ଡ କରାଯାଇଛି । ଗୃହରେ ବାରମ୍ବାର ଅଶୋଭନୀୟ ଆଚରଣ ପାଇଁ ତାଙ୍କୁ ସସ୍ପେଣ୍ଡ କରାଯାଇଛି । ପ୍ରିଭିଲେଜ୍ କମିଟି ରିପୋର୍ଟ ଦେବା ପର୍ଯ୍ୟନ୍ତ ସସ୍ପେଣ୍ଡ ରହିବେ ଅଧିର । ତାଙ୍କ ଆଚରଣ ନେଇ ଆପତ୍ତି ଉଠାଇଥିଲେ ଖୋଦ୍ ବାଚସ୍ପତି ।ସେହିଭଳି ଆଜି ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଲୋକସଭାରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାସ୍ଥା ପ୍ରସ୍ତାବ ଉପରେ ନିଜର ପକ୍ଷ ରଖୁଥିବା ବେଳେ ଏହାକୁ ବିରୋଧ କରି କକ୍ଷ ତ୍ୟାଗ କରିଥିଲେ ବିରୋଧୀ ମେଣ୍ଟ ଇଣ୍ଡିଆର ସମସ୍ତ ସାଂସଦ। ବିରୋଧୀ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ବିବୃତି ରଖନ୍ତୁ ବୋଲି ଦାବି କରି ନିରାଶ ହେବା ପରେ ଏପରି ପଦକ୍ଷେପ ନେଇଛନ୍ତି।ଗୃହରେ ବାରମ୍ବାର ଅଶୋଭନୀୟ ଆଚରଣ ପାଇଁ ହେଲେ ସସ୍ପେଣ୍ଡ । ପ୍ରିଭିଲେଜ୍ କମିଟି ରିପୋର୍ଟ ଦେବା ପର୍ଯ୍ୟନ୍ତ ସସ୍ପେଣ୍ଡ ହେଲେ ଅଧୀର । ଅଧିରଙ୍କ ଆଚରଣ ନେଇ ଆପତ୍ତି ଉଠାଇଥିଲେ ବାଚସ୍ପତି । ବାରମ୍ବାର ଗୃହରେ ଅଶୋଭନୀୟ ଆଚରଣ କରୁଥିବା କହିଥିଲେ । ଗୃହର ନେତା ଭାଷଣ ଦେଲା ବେଳେ ଅଶୋଭନୀୟ ପ୍ରଦର୍ଶନ କରିଥିଲେ । ବାଚସ୍ପତିଙ୍କ କଥାରେ ସହମତ ହୋଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ । ପରେ ବାଚନିକ ଭୋଟ ହୋଇ ଅଧିରଙ୍କୁ ସସ୍ପେଣ୍ଡ କରାଯାଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |