ପୂରଣ ହେବ ୨୦ ହଜାର ଶିକ୍ଷକ ପଦବୀ

ଭୁବନେଶ୍ୱର,୨୩ା୮:ଶିକ୍ଷକ ନିଯୁକ୍ତି ନେଇ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ପ୍ରତିକ୍ରିୟା । କହିଲେ, ୨୦ ହଜାର ଶିକ୍ଷକଙ୍କୁ ଯୋଜନାଭିତ୍ତିକ ନିଯୁକ୍ତି ଦିଆଯିବ। ଓସେପା ୱେବସାଇଟ୍‌ରୁ ତଥ୍ୟ ଜାଣିପାରିବେ । ମୁଖ୍ୟମନ୍ତ୍ରୀ ଏପରି ଐତିହାସିକ ନିଷ୍ପତ୍ତି ନେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି ।ରାଜ୍ୟରେ ସମଗ୍ର ଶିକ୍ଷା ନିୟମାବଳୀ ଅନୁଯାୟୀ, ୨୦ ହଜାର ଶିକ୍ଷକଙ୍କୁ ମିଳିବ ଯୋଜନା ଭିତ୍ତିକ ନିଯୁକ୍ତି। ୨୦ ହଜାର ପଦବୀ ପାଇଁ ଓସେପା ପକ୍ଷରୁ ବିଜ୍ଞାପନ ବାହାରିବ। ୨୦୧୬ ମସିହା ପରଠାରୁ ଶିକ୍ଷକ ନିଯୁକ୍ତି ବନ୍ଦ ଥିଲା। ୭ ବର୍ଷ ପରେ ଏହି ନିଯୁକ୍ତି ହେଉଥିବା ଗଣଶିକ୍ଷା ବିଭାଗ ସୂଚନା ଦେଇଛି। ଏସବୁ ଯୋଜନା ଭିତ୍ତିକ ନିଯୁକ୍ତି ହେବ।ସମଗ୍ର ଶିକ୍ଷା ଅନ୍ତର୍ଗତ ନିଯୁକ୍ତି ହୋଇଥିଲେ ମଧ୍ୟ ସେମାନଙ୍କୁ ପରବର୍ତ୍ତୀ ସମୟରେ ରେଗୁଲାର କରିବାର ନିଷ୍ପତ୍ତି ନିଆଯାଇଛି। ରେଗୁଲାର କରାଯିବ କିନ୍ତୁ କେଉଁ ପ୍ରକ୍ରିୟାରେ ସେମାନେ ରେଗୁଲାର ହେବେ ତାହା ଆମେ ବିଜ୍ଞପ୍ତିରେ ଦେଇଛୁ ବୋଲି ଗଣଶିକ୍ଷା ବିଭାଗ ସଚିବ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!