ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର୨୩ା୮: ଚନ୍ଦ୍ରର ଦକ୍ଷିଣମେରୁରେ ସଫଳତାର ସହିତ ଅବତରଣ କରି ଚନ୍ଦ୍ରଯାନ-୩ ଇତିହାସ ରଚିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ବୈଜ୍ଞାନିକମାନଙ୍କୁ ବୁଧବାର ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ବିଜ୍ଞାନ ପାଇଁ ଏହି ସମୟ ଉଲ୍ଲେଖନୀୟ ହେବ ବୋଲି କହିଛନ୍ତି। ଏହି ଅବସରରେ ମୁଁ ଶୁଭେଚ୍ଛା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟୁଇଟ୍‌ କରିଛନ୍ତି|ଚନ୍ଦ୍ରଯାନ-୩ ମିସନ ସଫଳତା ପାଇଁ ୧୪୦ କୋଟି ଭାରତୀୟ ଶୁଭେଚ୍ଛା ଜଣାଉଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଏହି ମିସନ ପାଇଁ ଯୁବପିଢ଼ି ପୂଜାର୍ଚ୍ଚନା କରୁଛନ୍ତି। ଓଡ଼ିଶାରେ ମଧ୍ୟ ଚନ୍ଦ୍ରଯାନ-୩ ମିସନ ନେଇ ଲୋକେ ଉତ୍ସାହିତ ଦେଖାଯାଉଛନ୍ତି। ଭାରତୀୟ ସମୟ ଅନୁସାରେ ଅଗଷ୍ଟ ୨୨ ତାରିଖ ସନ୍ଧ୍ୟା ୫ଟା ୪୫ରୁ ୬ଟା ୪ ମଧ୍ୟରେ ଚନ୍ଦ୍ରଯାନ-୩ ଅବତରଣ କରିବାକୁ ଥିବା ବେଳେ ଓଡ଼ିଶା ସମେତ ପୂରା ଦେଶର କିଛିସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!