ଆଜି ଭାରତ-ଆୟାର୍ଲାଣ୍ଡ ତୃତୀୟ ଟି-୨୦

ଡବ୍‌ଲିନ୍‌,୨୩।୮: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ୨ଟି ମ୍ୟାଚରେ ଭାରତୀୟ ଦଳ ୨-୦ରେ ଅଗ୍ରଣୀ ହାସଲ କରିଛି। ବର୍ତ୍ତମାନ ଜସପ୍ରୀତ ବୁମ୍‌ରାଙ୍କ ଅଧିନାୟକତ୍ୱରେ ସିରିଜର ତୃତୀୟ ମ୍ୟାଚ ଜିତି ଟିମ ଇଣ୍ଡିଆ ଏକ କ୍ଲିନ୍‌ସୁଇପ୍‌ ଉପରେ ନଜର ରଖିଛି।ପ୍ରଥମ ଦୁଇ ଟ୍ବେଣ୍ଟି-୨୦ କୁ ଜିତିବା ଶୃଙ୍ଖଳା ଆଗୁଆ କବ୍‌ଜା କରିସାରିଥିବା ଭାରତୀୟ ଦଳ ଶେଷ ମ୍ୟାଚ୍‌ରେ ଶୃଙ୍ଖଳା ମୂଳପୋଛ କରିବା ଲକ୍ଷ୍ୟରେ ରହିଛି। ଡବ୍‌ଲିନ୍‌ରେ ବୁଧବାର ଖେଳାଯିବାକୁ ଥିବା ଶୃଙ୍ଖଳାର ଏହି ଔପଚାରିକ ମ୍ୟାଚ୍‌ରେ ଆୟର୍ଲାଣ୍ଡ ଜିତି ସମ୍ମାନ ରଖିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ଭାରତୀୟ ଦଳ ଆୱେସ ଖାନ୍‌ ଓ ଜିତେଶ ଶର୍ମାଙ୍କୁ ନେଇ ପରୀକ୍ଷା କରିବା ସମ୍ଭାବନା ରହିଛି। ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ। ଏହି ମ୍ୟାଚ ଡବଲିନ ଗ୍ରାଉଣ୍ଡରେ ଖେଳାଯିବ। ଭାରତରେ ଏହି ମ୍ୟାଚ ସ୍ପୋର୍ଟସ ୧୮ ଚ୍ୟାନେଲରେ ଟିଭିରେ ସିଧା ପ୍ରସାରଣ ହେବ। ଏଥି ସହିତ ଜିଓ ସିନେମା ଆପ ଅନ୍‌ଲାଇନ ଲାଇଭ ଷ୍ଟ୍ରିମିଂ କରାଯିବ।

ସମ୍ଭାବ୍ୟ ଭାରତ ଏକାଦଶ: ଯଶସ୍ବୀ ଜୟସ୍ବାଲ୍‌, ଋତୁରାଜ ଗାଏକ୍ବାଡ, ତିଳକ ବର୍ମା, ସଞ୍ଜୁ ସାମସନ୍‌, ରିଙ୍କୁ ସିଂହ, ଶିବମ ଦୁବେ, ୱାସିଂଟନ୍‌ ସୁନ୍ଦର, ଅର୍ଶଦୀପ ସିଂହ/ମୁକେଶ କୁମାର/ଆୱେସ ଖାନ, ଯଶପ୍ରୀତ ବୁମ୍‌ରା, ରବି ବିଷ୍ଣୋଇ, ପ୍ରସିଦ୍ଧ କୃଷ୍ଣ।

ସମ୍ଭାବ୍ୟ ଆୟର୍ଲାଣ୍ଡ ଏକାଦଶ: ଆଣ୍ଡ୍ର୍ୟୁ ବାଲବିରିନ୍‌, ପଲ୍‌ ଷ୍ଟିରଲିଂ, ଲୋର୍କାନ ଟକର, ହାରି ଟେକ୍ଟର, କର୍ଟିସ କାମ୍ଫର, ଜର୍ଜ ଡକ୍ରେଲ୍‌, ମାର୍କ ଆ‌ଡାଏର, ବାରି ମ୍ୟାକ୍‌କାର୍ଥି, କ୍ରେଗ୍‌ ୟଙ୍ଗ୍‌, ଜୋସୁଆ ଲିଟିଲ, ବେଞ୍ଜାମିନ୍‌ ହ୍ବାଇଟ୍‌।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!