ନୂଆଦିଲ୍ଲୀ ,୨୩।୮: ସଚିନଙ୍କୁ ‘ଜାତୀୟ ପ୍ରତୀକ’ ମାନ୍ୟତା ପ୍ରଦାନ |ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଭାରତୀୟ ନିର୍ବାଚିନ କମିଶନ୍ (ଇସିଆଇ) ଏକ ବଡ଼ ମାନ୍ୟତା ପ୍ରଦାନ କରିଛି । ସଚିନଙ୍କୁ ଇସିଆଇ ନ୍ୟାସନାଲ ଆଇକନ୍ ବା ଜାତୀୟ ପ୍ରତୀକ ଭାବେ ଘୋଷଣା କରିଛି । ବୁଧବାର ନୂଆଦିଲ୍ଲୀର ରଙ୍ଗ ଭବନ ପ୍ରେକ୍ଷାଳୟରେ ଆୟୋଜିତ ବିଶେଷ ଉତ୍ସବରେ ସଚିନଙ୍କୁ ଇସିଆଇ ନ୍ୟାସନାଲ ଆଇକନ୍ ଭାବେ ଘୋଷଣା କରିଛି । କ୍ରିକେଟ୍ରେ ସଚିନଙ୍କ ଉଲ୍ଲେଖନୀୟ କୃତିତ୍ବ, ତାଙ୍କ ମହାନତା ଏବଂ ସାରାବିଶ୍ବରେ ତାଙ୍କ ଲୋକପ୍ରିୟତା ଯୋଗୁଁ ଇସିଆଇ ସଚିନଙ୍କୁ ସମ୍ମାନିତ କରିଛି । ଭାରତରତ୍ନ ପରେ ସଚିନଙ୍କ ପାଇଁ ଏହା ହେଉଛି ୨ୟ ସର୍ବବୃହତ୍ ସମ୍ମାନ। ଦୀର୍ଘ ୨୪ ବର୍ଷର କ୍ରିକେଟ୍ ଜୀବନରେ ସଚିନ ତେନ୍ଦୁଲକର ବିଶ୍ବ କୀର୍ତ୍ତିମାନ ୨୦୦ ଟେଷ୍ଟମ୍ୟାଚ୍ରେ ଭାରତର ପ୍ରତିନିଧିତ୍ବ କରିଛନ୍ତି। ପୁଣି ଟେଷ୍ଟମ୍ୟାଚ୍ରେ ସଚିନ ୫୧ଟି ଶତକ ଓ ୬୮ଟି ଅର୍ଦ୍ଧଶତକ ସହ ୫୩.୭୮ ଆଭ୍ରେଜ୍ରେ ୧୫,୯୨୧ ରନ୍ ସ୍କୋର୍ କରିଛନ୍ତି। ସଚିନ ୪୬୩ଟି ଦିନିକିଆ ଖେଳି ୪୯ଟି ଶତକ ଓ ୯୬ଟି ଅର୍ଦ୍ଧଶତକ ସହ ୧୮,୪୨୬ ରନ୍ କରିଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍ ଇତିହାସରେ ଉଭୟ ଟେଷ୍ଟ ଓ ଦିନିକିଆରେ ସଚିନ ସର୍ବାଧିକ ରନ୍ ଓ ଶତକ ହାସଲ କରିଛନ୍ତି। ବିଶ୍ବର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ସଚିନ ୨୦୦ ଆନ୍ତର୍ଜାତିକ ଶତକ ମାରିଛନ୍ତି। ୨୦୧୧ରେ ଭାରତ ବିଶ୍ବକପ୍ ଚମ୍ପିଆନ୍ ହୋଇଥିବା ବେଳେ ସଚିନ ଦଳର ସଦସ୍ୟ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |