ଆଜି ୨୪ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା

ବାରିପଦା,୨୪ା୮:୧୫ଦଫା ଦାବି ନେଇ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା(ଜେଏମ୍‌ଏମ୍‌) ପକ୍ଷରୁ ଗୁରୁବାର ୨୪ ଘଣ୍ଟିିଆ ମୟୂରଭଞ୍ଜ ଜିଲା ବନ୍ଦ ଡାକରା ଦିଅଯାଇଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମମ) ଦଳ ପକ୍ଷରୁ ୧୫ ଦଫା ଦାବି ପୂରଣ ନେଇ ଆଜି ୨୪ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି ।  ୧୫ ଦଫା ଦାବି ଗୁଡିକ ହେଲା, ବାଦାମପାହାଡ଼ ଓ ଗୋରୁମହିଷାଣୀ ଲୌହ ଖଣିରେ ସ୍ଥାନୀୟ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି, ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବା ସହିତ ବନ୍ଦ ହୋଇ ପଡ଼ିଥିବା ଶିଳ୍ପକୁ ପୁନଃ ପ୍ରଚଳନ କରି ଯୁବ ଗୋଷ୍ଠୀଙ୍କୁ ନିଯୁକ୍ତି ଯୋଗାଇବା, ଗ୍ରାମାଞ୍ଚଳ ଡାକ୍ତରଖାନା ଓ ପିଆରଏମ ମେଡିକାଲ କଲେଜରେ ଡାକ୍ତର ନିଯୁକ୍ତି ସହ ଉପକରଣ ଯୋଗାଇବା, ରାଇରଙ୍ଗପୁର ହସ୍ପିଟାଲରେ ଆଇସିୟୁ ବ୍ୟବସ୍ଥା, ସାନ୍ତାଳୀ, ମୁଣ୍ଡାରୀ, ହୋ, ସହିତ କୁଡ଼ମାଲି ଭାଷାକୁ ଦ୍ୱିତୀୟ ରାଜ୍ୟ ଭାଷା ଭାବେ ମାନ୍ୟତା ସହିତ ଭାଷା ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଆଦିବାସୀ ମାନଙ୍କ ସାରନା ଧର୍ମ କୋଡ଼ ଲାଗୁ କରିବା ଆଦି ରହିଛି । ତେବେ ବନ୍ଦ ସମୟରେ ଆମ୍ବୁଲାନ୍ସ, ବିଜୁଳି ଓ ପାଣି ଯୋଗାଣ ଭଳି ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି । ସକାଳୁ ସକାଳୁ ବନ୍ଦ ପ୍ରଭାବରେ ବସ ଚଳାଚଳ , ଶିକ୍ଷାନୁଷ୍ଠାନ , ଦୋକାନ ବବଜାର ଆଦି ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ମୃତୟନ ହୋଇଥିବା ଦେଖିବାକୁ ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!