୬୫ ହଜାର ପରିବାରକୁ ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୮:କଟକ, ବ୍ରହ୍ମପୁର,ରାଉରକେଲା ଓ ସମ୍ବଲପୁର। ଏହି ୫ ମହାନଗର ର ୬୫ ହଜାର ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବାଣ୍ଟଛନ୍ତି ମୁଖ୍ୟମନ୍ତ୍ରୀ। ଜାଗା ସହ ଘର ପାଇଁ ଆର୍ଥିକ ସୁବିଧା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ସେପଟେ ଜାଗା ମିଶନକୁ ନେଇ କାଉଣ୍ଟର କରିଛି ବିଜେପି।  ଲୋକଙ୍କୁ ଦିଆଯାଉଥିବା ଫର୍ମ ନମ୍ବର ଟୁ ଜମି ପଟ୍ଟା ନୁହଁ ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସରକାର ଲୋକଙ୍କୁ ପ୍ରତାରିତ କରିଛି ବୋଲି ଅଭିଯୋଗ କରିଛି ବିଜେପି। କଂଗ୍ରେସ ବି କହିଛି ନିର୍ବାଚନ ଥିବାରୁ ଭୋଟ ବ୍ୟାଙ୍କ ରାଜନୀତି କରୁଛି ବିଜେଡି । ସେପଟେ ଜାଗା ମିଶନ ନାରେ ପଟ୍ଟା ବଣ୍ଟନ ରେ ବି ବାରି ହୋଇଛି  ଜାଲିଆତି ର ଗନ୍ଧ । ଏ ଦୃଶ୍ୟ ଭୁବନେଶ୍ବର ଶ୍ରୀରାମନଗର ବସ୍ତିର ।ଯେଉଁଠି ପ୍ରକୃତ ହିତାଧୀକାରୀଙ୍କୁ ପଟ୍ଟା ଦିଆନଯାଇ ଅଯୋଗ୍ୟଙ୍କ ନା ତାଲିକାରେ ଥିବା ଅଭିଯୋଗ ହୋଇଛି । ପଟ୍ଟା ବଣ୍ଟନ କୁ ବିରୋଧ କରି ବିଜେପି ନେତା, କର୍ପୋରେଟର ଓ ବସ୍ତି ବାସିନ୍ଦା ବିଜେପି ମୁଖ୍ୟ କାର୍ଯ୍ୟାଳୟ ରୁ ବାହାରି ବି ଏମ ସି ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଗକୁ ସବୁ ବସ୍ତି ବୁଲିବା ସହ ଯେଉଁ ବସ୍ତି ବାସିନ୍ଦାଙ୍କର ନା ଜାଗା ମିଶନ ରେ ନାହିଁ ସେମାନଙ୍କ ଲିଷ୍ଟ ଆଣି ବିଏମସି କମିଶନର ଙ୍କୁ ଦେବେ ବୋଲି କହିଛ ବିଜେପି ଯାହାର ଜବାବ ରଖିଛି ବିଜେଡି । ଜାଗା ମିସନରେ ସରକାରୀ ଜମିରେ ଥିବା ବସ୍ତି ରେ ଲୋକଙ୍କୁ ୩୨୩ ବର୍ଗଫୁଟ ଜମି ମାଗଣା ରେ ଦେବେ ସରକାର । ବସ୍ତି ବାସିନ୍ଦା ଚାହିଁଲେ ୪୬୪ ବର୍ଗଫୁଟ ପର୍ଯ୍ୟନ୍ତ ଜମି ନେଇ ପାରିବେ । ଏଥିପାଇଁ ଅଂଚଳ ଓ୍ବାରୀ ସ୍ଥିର ହୋଇଥିବା ବେଞ୍ଚ ମାର୍କ ମୂଲ୍ୟ ହିସବାରେ ଅର୍ଥ ଦେବାକୁ ପଡିବ । ତେବେ ବସ୍ତି ବାସିନ୍ଦାଙ୍କ ସହ ଚଞ୍ଚକତା ନେଇ ବିରୋଧୀଙ୍କ ଅଭିଯୋଗ ଭିତରେ ବିଜେଡି ନିର୍ବାଚନ ପୂର୍ବରୁ ନିଜର ବସ୍ତି ଭୋଟ ସଜାଡିବାକୁ ଏଭଳି ଯୋଜନା କରିଥିବା ଚର୍ଚ୍ଚା ହେଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!