ଭୁବନେଶ୍ୱର, ୩୦ା୮ : ୫ରୁ ୧୮ବର୍ଷ ବୟସର ପିଲାମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କଓ୍ବୋଇ) କାର୍ଡରେ ଚିକିତ୍ସା ସେବା ପାଇପାରିବେ। ରାଶନ କାର୍ଡରେ ନାଁ ନ ଥିଲେ ମଧ୍ୟ ସେମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳୁଥିବା ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି |ଯେଉଁମାନଙ୍କର ନାଁ ଏନ୍ଏଫ୍ଏସ୍ଏ/ଏସ୍ଏଫ୍ଏସ୍ଏସ୍ ଡାଟାବେସ୍ରେ ନାହିଁ, ସେମାନଙ୍କ ଚିକିତ୍ସା ମଧ୍ୟ ସୁରୁଖୁରୁରେ ହୋଇପାରିବ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ମଙ୍ଗଳବାର ବିଏସ୍କଓ୍ବୋଇ ସହ ଜଡ଼ିତ ହୋଇଥିବା ସମସ୍ତ ହସ୍ପିଟାଲକୁ ଚିଠି ଲେଖି ଅବଗତ କରାଇଛନ୍ତି। ଉପଯୁକ୍ତ ତଥ୍ୟ ପ୍ରଦାନ କରି ଅଭିଭାବକମାନେ ନିଜ ପିଲାଙ୍କ ନାଁ ସାମିଲ କରିପାରିବେ।ରାସନ କାର୍ଡରେ ବାପା ଓ ମାଆଙ୍କ ନାମ ରହିଥିଲେ ତାଙ୍କ ଛୋଟ ପିଲାଙ୍କୁ ମାଗଣା ଚିକିତ୍ସା ମିଳିପାରିବ। ଯେଉଁମାନଙ୍କ ନାଁ ଏନଏଫଏସଏ ବା ଏଫଏସଏସ ଡାଟା ବେସରେ ମଧ୍ୟ ନାଁ ନାହିଁ ସେମାନଙ୍କ ଚିକିତ୍ସା ମଧ୍ୟ ସୁରୁଖୁରରେ ହୋଇପାରିବ । ଉପଯୁକ୍ତ ତଥ୍ୟ ପ୍ରଦାନ କରି ନିଜ ପିଲାଙ୍କ ନାମ ସାମିଲ କରିପାରିବେ ଅଭିଭାବକ । ଏନେଇ ବିଏସକେଓ୍ବାଇ ସହ ଜଡ଼ିତ ହୋଇଥିବା ସବୁ ମେଡିକାଲକୁ ଚିଠି ଲେଖି ଅବଗତ କରାଇଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ଗତ କିଛିଦିନ ହେବ ଏଭଳି ସମସ୍ୟା ଦେଖାଦେଇଥିବା ସ୍ବାସ୍ଥ୍ୟ ବିଭାଗ ଜାଣିବାକୁ ପାଇଥିଲା। ପିଲାଙ୍କ ନାମ ରାଶନ କାର୍ଡରେ ପଞ୍ଜୀକୃତ ହୋଇ ନ ଥିବାରୁ ବିଏସ୍କଓ୍ବୋଇରେ ଚିକିତ୍ସା ସେବା ମିଳିପାରୁ ନ ଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୫ରୁ ୧୮ବର୍ଷ ବୟସର ପିଲାଙ୍କୁ ବିଏସ୍କଓ୍ବୋଇରେ ଅନ୍ତର୍ଭୁକ୍ତ କରିଛନ୍ତି। ଏଣିକି ଏହି ବର୍ଗର ପିଲାଙ୍କ ଚିକିତ୍ସାରେ ଆଉ କୌଣସି ସମସ୍ୟା ହେବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ଉଲ୍ଲେଖଯୋଗ୍ୟ, ୫ବର୍ଷରୁ କମ୍ ବୟସ୍କ ପିଲା ଏହି ଯୋଜନାରେ ପୂର୍ବରୁ ଚିକିତ୍ସା ସେବା ପାଉଛନ୍ତି। ସୂଚନାଯୋଗ୍ୟ, ୨୦୧୮ ଅଗଷ୍ଟ ୧୫ ତାରିଖରେ ବିଏସ୍କଓ୍ବୋଇ ଆରମ୍ଭ ହୋଇଥିଲା। ଏହି ଯୋଜନାରେ ମହିଳାଙ୍କ ପାଇଁ ବାର୍ଷିକ ୧୦ଲକ୍ଷ ଟଙ୍କା ଏବଂ ପୁରୁଷଙ୍କ ପାଇଁ ୫ଲକ୍ଷ ଟଙ୍କା ଚିକିତ୍ସା ଖର୍ଚ୍ଚ ମିଳୁଛି। ବର୍ତ୍ତମାନ ୯୯, ୯୦୦ ପରିବାରର ୩କୋଟି ୫୬ଲକ୍ଷ ହିତାଧିକାରୀଙ୍କ ପାଖରେ ବିଏସ୍କଓ୍ବୋଇ ସ୍ମାର୍ଟକାର୍ଡ ପହଞ୍ଚତ୍ଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |