ନୂଆଦିଲ୍ଲୀ,୩୦।୮: ‘ଇଣ୍ଡିଆ’ ମେଣ୍ଟ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ଦଳର ବୈଠକର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀକୁ ପ୍ରକାଶ କରିଛି। ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧ରେ ମୁମ୍ବାଇର ଗ୍ରାଣ୍ଡ ହୟାତ୍ ହୋଟେଲରେ ଏହି ବୈଠକ ଅନୁଷ୍ଠିତ ହେବ । କାର୍ଯ୍ୟସୂଚୀ ଅନୁଯାୟୀ ବୁଧବାର ଅପରାହ୍ନ ୪ଟାରେ ମହା ବିକାଶ ଅଗାଡିଙ୍କ ଏକ ଖବରଦାତା ସମ୍ମିଳନୀ ହେବ। ଯେଉଁଥିରେ ବୈଠକରେ ସମ୍ପର୍କରେ ସୂଚନା ଦିଆଯିବ।ଅଗଷ୍ଟ ୩୧ ଅର୍ଥାତ୍ ଗୁରୁବାରରେ ‘ଇଣ୍ଡିଆ’ ମେଣ୍ଟରେ ଜଡିତ ରାଜନୈତିକ ଦଳର ନେତାମାନେ ମୁମ୍ବାଇରେ ପହଞ୍ଚିବେ। ଏହା ପରେ ସମସ୍ତ ନେତା ସା ୬.୩୦ରେ ଏକ ଆନୁଷ୍ଠାନିକ ବୈଠକ କରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |