ନୂଆଦିଲ୍ଲୀ,୩୦।୮:ସୂର୍ଯ୍ୟର ରହସ୍ୟ ଭେଦ କରିବାକୁ ଶନିବାର ଇସ୍ରୋ ଉତକ୍ଷେପଣ କରିବ ଆଦିତ୍ୟ ଏଲ-୧। ଶନିବାର ଦିନ ୧୧.୫୦ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ PSLV C-57 ଯୋଗେ ଏହାକୁ ଉତକ୍ଷେପଣ କରାଯିବ। ଏହା ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରକୁ ଯିବ।ISRO ର ସୂର୍ଯ୍ୟ ମିଶନ ହେଉଛି ‘ଆଦିତ୍ୟ L-1’ ଯାହା ପୃଥିବୀ ଠାରୁ ସୂର୍ଯ୍ୟ ଆଡକୁ 1.5 ମିଲିୟନ୍ କିଲୋମିଟର ଯାଇ ସୂର୍ଯ୍ୟ ଅଧ୍ୟୟନ କରିବ । ଏହା 2 ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସେମାନଙ୍କର ଶେଷ ପର୍ଯ୍ୟାୟରେ ଅଛି । ମଙ୍ଗଳ ମିଶନ ଏବଂ ଚନ୍ଦ୍ର ମିଶନରେ ସଫଳ ହୋଇ ISRO ଇତିହାସ ସୃଷ୍ଟି କରିସାରିଛି |ପୃଥିବୀଠୁ ସୂର୍ଯ୍ୟ ପ୍ରାୟ ୧୫ କୋଟି କିଲୋମିଟର ଦୂରରେ ଥିବା ବେଳେ ଏହାର ଶହେ ଭାଗରୁ ୧ ଭାଗ ଦୂରତା ଅତିକ୍ରମ କରିବ ଆଦିତ୍ୟ ଏଲ -୧। ଏତେ ଦୂରତାରେ ରହି ସୂର୍ଯ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି।ଇସ୍ରୋ ପ୍ରଥମଥର ମିଶନ ସୂର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। କିନ୍ତୁ ସୂର୍ଯ୍ୟର ରହସ୍ୟ ଭେଦିବାକୁ ପ୍ରାଚୀନ କାଳରୁ ପ୍ରୟାସ ଜାରି ରହିଛି। କିଛି ବିକଶିତ ଦେଶ ସୂର୍ଯ୍ୟ ନିକଟକୁ ଅଧିକ ଗବେଷଣା ପାଇଁ ମହାକାଶଯାନ ବି ପଠାଇସାରିଛନ୍ତି।ଏହାରି ମଧ୍ୟରେ ସାମ୍ନାକୁଆସିଛି ଆଦିତ୍ୟ-L1ର ପ୍ରଥମ ଝଲକ । ଟ୍ବିଟ୍ କରି ଲଞ୍ଚପ୍ୟାଡ୍ର ଫଟୋ ସେୟାର କରିଛି ଇସ୍ରୋ । ଶନିବାର ଦିନ ଶ୍ରୀହାରିକୋଟାରୁ ହେବ ଉତ୍କ୍ଷେପଣ । ସୌରଝଡ଼ ଓ ଏହାର ପ୍ରଭାବ ସଂପର୍କରେ ଅନୁଧ୍ୟାନ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |