ଜୋହାନ୍ସବର୍ଗ,୩୧ା୮: ଗୁରୁବାର ଦକ୍ଷିଣ ଆଫ୍ରିକାର କେନ୍ଦ୍ରୀୟ ଜୋହାନ୍ସବର୍ଗର ଏକ ୫ ମହଲା କୋଠାରେ ଅଗ୍ନିକାଣ୍ଡ ଘଟି ୭୩ ଜଣଙ୍କର ମୃତ୍ୟୁ ହୋଇଛି। ନିଆଁ ଲିଭାଇବା ପାଇଁ ତୁରନ୍ତ ଜରୁରୀକାଳିନ ସେବା ପଠାଯାଇଥିଲା। ଜରୁରୀକାଳିନ ପରିଚାଳନା ସେବା ମୁଖପାତ୍ର ରବର୍ଟ ମୁଲାଉଡି ଜଣେ ସ୍ଥାନୀୟ ପ୍ରସାରଣକାରୀଙ୍କୁ କହିଛନ୍ତି, ଆମେ ୭୩ଟି ମୃତଦେହ ଉଦ୍ଧାର କରିଛୁ ଏବଂ ୪୩ ଜଣ ଲୋକ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।ଜୋହାନ୍ସବର୍ଗର ଏକ ୫ ମହଲା ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହାପରେ ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା । ତେବେ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୭୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୨ ଜଣ ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବଢ଼ିବାର ସମ୍ଭାବନା ରହିଛି |କଳା ଧୂଆଁର ମାତ୍ରା ଏତେ ଅଧିକ ଥିଲା ଯେ, ଅନେକ ଲୋକଙ୍କର ଶ୍ଵାସରୁଦ୍ଧରେ ମୃତ୍ୟୁ ହୋଇଥିବା ସୂଚନା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବିଲ୍ଡିଂରୁ ପ୍ରଚୁର ମାତ୍ରାରେ କଳା ଧୂଆଁ ବାହାରୁଥିଲା। ନିଆଁ ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଘଟଣାସ୍ଥଳରେ କଏଦ ହୋଇଥିବା ଭିଡିଓଗୁଡ଼ିକ ବିଲ୍ଡିଂର ତଳ ଭାଗକୁ ନିଆଁ ବ୍ୟାପୁଥିବାର ଦେଖାଯାଇଛି। ନିଆଁର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |