ତାଳଚେର ବିଧାୟକଙ୍କ ଅଫିସ ନିକଟରେ ଟାଇମ ବୋମା

ଭୁୁବନେଶ୍ୱର,୧ା୯: ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଅଫିସ ନିକଟରେ ଟାଇମ ବୋମା ଥିବା ଜଣାପଡ଼ିଛି। ଆଜି ସକାଳୁ କର୍ମଚାରୀମାନେ ବୋମାକୁ ଦେଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଅଫିସ୍ ପରିସରରେ ଏକ ବୋମା ପଡ଼ିଛି। ତେବେ ବୋମାଟି କେଉଁଠୁ ଆସିଲା, କିଏ ରଖିଛି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆଜି ସକାଳେ ବିଧାୟକଙ୍କ ନନ୍ଦିରା ସ୍ଥିତ ଅଫିସ୍ ପରିସରରରେ ଗୋଟିଏ ବୋମା ପଡ଼ିଥିବା ଜଣେ କର୍ମୀ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ବୋମାରେ ଟାଇମର ଲାଗିଥିବା ଜଣାଯାଇଛି। ବୋମାଟିକୁ ନିଷ୍କ୍ରୟ କରିବା ପାଇଁ ବମ୍‌ ସ୍କ୍ୱାର୍ଡକୁ ଖବର ଦିଆଯାଇଛି।ତେବେ ବିଧାୟକଙ୍କ ଅଫିସ୍ ପରିସରରରେ ବୋମାଟିକୁ କିଏ ପକାଇଲା, ଏହା ପଛରେ କ’ଣ କାରଣ ରହିଛି ଜଣାପଡ଼ିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।  କୌଣସି କୁଚକ୍ରୀ ଗୋଷ୍ଠୀ ଏପରି କରିଥିବା ତାଳଚେର ବିଧାୟକ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!