ଶ୍ରୀମନ୍ଦିରରେ ଆରମ୍ଭ ହେବ ପରିମାଣିକ ଦର୍ଶନ

ପୁରୀ,,୧ା୯:ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ପରିମାଣିକ ଟିକେଟ୍ ଦର୍ଶନ। ଏଥିପାଇଁ ଏସଓପି ପ୍ରସ୍ତୁତ ହେବ । ଏନେଇ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅର୍ଥ ସବ୍ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି |ଶ୍ରୀମନ୍ଦିରରେ ପୁଣିଥରେ ଆରମ୍ଭ ହେବ ଭିଆଇପି ଦର୍ଶନ। ଲାଗୁ ହେବ ପରିମାଣିକ ଦର୍ଶନ ବ୍ୟବସ୍ଥା। ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ସ୍ବତନ୍ତ୍ର ଏସ୍‌ଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର) ଜାରି କରିବ ଶ୍ରୀମନ୍ଦିର ପ୍ରଶାସନ। ଆଜି ଶ୍ରୀମନ୍ଦିର ଅର୍ଥ ସବ୍‌କମିଟି ଏହି ନିଷ୍ପତ୍ତି ନେଇଛି। ହାଇକୋର୍ଟଙ୍କ ଆଦେଶକ୍ରମେ ୨୦୧୬ ମସିହାରୁ ଗର୍ଭଗୃହ ଓ ପରିମାଣିକ ଦର୍ଶନ ବନ୍ଦ ରହିଥିଲା। ୭ ବର୍ଷ ପରେ ପୁଣିଥରେ ଏହାକୁ ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରିଛି ମନ୍ଦିର ପ୍ରଶାସନ। ପୂର୍ବରୁ ଇଚ୍ଛୁକ ଭକ୍ତମାନେ ଟିକେଟ୍‌ କାଟି ପରିମାଣିକ ଦର୍ଶନ କରୁଥିଲେ। ତେବେ ବନ୍ଦର କିଛି ବର୍ଷ ପରେ ପୁନର୍ବାର ଶ୍ରୀମନ୍ଦିର ପ୍ରଶାସନ ପରିମାଣିକ ଟିକେଟ୍‌ ଲାଗୁ କରିବାକୁ ଯୋଜନା କରିଥିଲା। ପରିମାଣିକ ଟିକେଟ୍‌ ୬୫ପ୍ରତିଶତ ଅନ୍‌ଲାଇନ୍‌ରେ, ୩୦ ପ୍ରତିଶତ ଅଫ୍‌ଲାଇନ୍‌ରେ ବୁକିଂ କରିବାକୁ ଯୋଜନା କରାଯାଇଥିଲା। ବଳକା ୫ ପ୍ରତିଶତ ଭିଆଇପିଙ୍କ ପାଇଁ ସଂରକ୍ଷିତ ରଖିବାକୁ ଯୋଜନା ହୋଇଥିଲା। କିନ୍ତୁ ଭକ୍ତଙ୍କ ଦୃଢ଼ ବିରୋଧ ପରେ ୭ବର୍ଷ ହେଲାଣି ଏହି ବ୍ୟବସ୍ଥା ବନ୍ଦ ରହିଥିଲା

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!