ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ମାଗଣାରେ ପଢିବେ ମେଡିକାଲ ଓ ଇଞ୍ଜିନିୟରିଂ

ଭୁବନେଶ୍ୱର ୧।୯:ରାଜ୍ୟର ସମସ୍ତ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀମାନେ ଏଣିକି ମାଗଣାରେ ପାଠ ପଢ଼ିବେ। ରାଜ୍ୟ ସରକାର ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଏହି ପିଲାମାନଙ୍କର ସବୁ ଖର୍ଚ୍ଚ ବହନ କରିବେ। ଏସ୍‌ସି/ଏସ୍‌ଟି ଛାତ୍ରଛାତ୍ରୀ ସଂପୂର୍ଣ୍ଣ ମାଗଣାରେ ମେଡିକାଲ ଓ ଇଞ୍ଜିନିୟରିଂ ପାଠ ପଢିପାରିବେ। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ଏସ୍‌ସିଏସ୍‌ଟି ପିଲାମାନଙ୍କର ପାଠପଢ଼ା ଖର୍ଚ୍ଚ ହେବ।  ଏସସି/ଏସଟି ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷାର ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ଏଣିକି ମାଗଣାରେ ମେଡିକାଲ ଓ ଇଞ୍ଜିନିୟରିଂ ପାଠ ପଢି ପାରିବେ ଏସସି/ଏସଟି ଛାତ୍ରଛାତ୍ରୀ। ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନରେ ମାଗଣାରେ ଛାତ୍ରଛାତ୍ରୀ ପଢିବେ। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ଏନେଇ ଆର୍ଥିକ ସହାୟତା ମିଳିବ। ସରକାରୀ ସ୍କୁଲରେ ପଢୁଥିବା ଓଡିଆ ମାଧ୍ୟମ ଛାତ୍ରଛାତ୍ରୀ ଏହି ଯୋଜନାରେ ସାମିଲ ହୋଇ ଉପକୃତ ହେବେ। ଏମଏମସିପିୱାଇ ଯୋଜନା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ବିଭାଗୀୟ ସଚିବଙ୍କ ପକ୍ଷରୁ ଚିଠି ହୋଇଛି। ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନା ଉତ୍ସାହିତ କରିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!