କାଣ୍ଡି,୨।୯ : ଆଜି ଏସିଆ କପର ତୃତୀୟ ମ୍ୟାଚରେ ଭାରତ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଶ୍ରୀଲଙ୍କାର କାଣ୍ଡିର ପଲେକଲେ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି।ଏସିଆ କପ ୨୦୨୩ର ସବୁ ଠାରୁ ବଡ଼ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଭାରତ ଓ ପାକିସ୍ତାନ। ଏହି ହାଇଭୋଲଟେଜ ମ୍ୟାଚ୍ରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଟସ୍ ପୂର୍ବରୁ ହାଲୁକା ବର୍ଷା ହୋଇଥିଲେ ମଧ୍ୟ ରୋହିତ ହାଇ ପ୍ରେସର ମ୍ୟାଚ୍ରେ ବ୍ୟାଟିଂ କରିବାକୁ ଶ୍ରେୟସ୍କର ମଣିଛନ୍ତି। ଗ୍ରୁପ ଏରେ ଏହି ସଂସ୍କରଣରେ ଏହା ହେଉଛି ଭାରତର ପ୍ରଥମ ମ୍ୟାଚ। ଏଥି ସହିତ ପାକିସ୍ତାନ ଦଳ ଦ୍ୱିତୀୟ ମ୍ୟାଚ ଖେଳୁଥିଲା। ପାକିସ୍ତାନ ପ୍ରଥମ ମ୍ୟାଚରେ ନେପାଳକୁ ପରାସ୍ତ କରିଥିଲା। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏକଦିବସୀୟ ପ୍ଲେଇଙ୍ଗ-୧୧ ରେ ଶ୍ରେୟାସ ଆୟର ଏବଂ ଜସପ୍ରୀତ ବୁମ୍ରା ଫେରିଛନ୍ତି। ଏଥି ସହିତ ରବିନ୍ଦ୍ର ଜାଡେଜା ଏବଂ କୁଲଦୀପ ଚହଲ ଦୁଇଜଣ ସ୍ପିନର ଭାବରେ ଦଳରେ ଅଛନ୍ତି। ଏହି ମ୍ୟାଚରେ ମହମ୍ମଦ ଶାମି ଖେଳୁ ନାହାଁନ୍ତି। ଦଳ ପରିଚାଳନା ଦ୍ୱାରା ଶାର୍ଦ୍ଦୁଲ ଠାକୁରଙ୍କୁ ଏକ ସୁଯୋଗ ଦିଆଯାଇଛି।
ଭାରତ ପ୍ଲେଇଙ୍ଗ-୧୧ ରେ ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଶନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ ପ୍ରମୁଖ ଅଛନ୍ତି।
ସେହିପରୀ ପାକିସ୍ତାନ ପ୍ଲୋଇଙ୍ଗ ୧୧ରେ ଫଖର ଜମାନ, ଇମାମ ଉଲ ହକ, ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ (ୱିକେଟକିପର), ଆଗା ସଲମାନ, ଇଫ୍ଟିଖର ଅହମ୍ମଦ, ଶାଦବ ଖାନ, ମହମ୍ମଦ ନୱାଜ, ଶାହିନ ଆଫ୍ରିଦି, ନାସିମ ଶାହା, ହରିସ ରାଉଫ ଅଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |