ନୂଆଦିଲ୍ଲୀ,୨।୯: ଇସ୍ରୋର ସୂର୍ଯ୍ୟ ମିଶନ ଆଦିତ୍ୟ- ଏଲ ୧ର ସଫଳ ଲଞ୍ଚିଂ ଅବସରରେ ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ଜି ମାଧବନ ନାୟାର କହିଛନ୍ତି, PSLV XL ପୂର୍ବପରି ନିଜର କାର୍ଯ୍ୟ କରିସାରିଛି। ଆଦିତ୍ୟ ମିଶନର ସଫଳ ଉତକ୍ଷେପଣ। ଏହି ସଫଳତା ସହ ସୂର୍ଯ୍ୟଙ୍କ ଉପରେ ଅନୁଧ୍ୟାନ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଇସ୍ରୋ। ଶ୍ରୀହରିକୋଟା ସତୀଶ ଧାବନ ଲଞ୍ଚ୍ ପ୍ଯାଡରୁ ସଫଳତା ପୂର୍ବକ ଉତକ୍ଷେପଣ ହୋଇଛି ଆଦିତ୍ୟ-ଏଲୱାନ୍। ରକେଟ ପିଏସଏଲଭି-ସି57 ମାଧ୍ୟମରେ ମହାକାଶକୁ ଯାଇଛି ଏହି ମହାକାଶଯାନ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ପୂର୍ବାହ୍ନ 11ଟା 50 ମିନିଟରେ ଆଦିତ୍ୟ-ଏଲୱାନ୍ ଉତକ୍ଷେପଣ କରାଯାଇଛି।ଏହି ମିଶନ୍ ମାଧ୍ୟମରେ ଅନେକ ଲକ୍ଷ୍ୟ ରଖିଛି ଇସ୍ରୋ। ଚନ୍ଦ୍ରଯାନର ସଫଳ ଯାତ୍ରା ପରେ କିପରି ସୌର ମିଶନ ସଫଳ ହେବ ସେଥିପାଇଁ ବୈଜ୍ଞାନିକଙ୍କ ସମେତ ପୂରା ଦେଶବାସୀ ଆଶାବାଦୀ ଅଛନ୍ତି। ଉତକ୍ଷେପଣର 127 ଦିନ ପରେ ଲକ୍ଷ୍ୟପଥରେ ପହଞ୍ଚିବ ଆଦିତ୍ୟ-ଏଲୱାନ୍। ଅର୍ଥାତ୍ ବୈଜ୍ଞାନିକମାନେ ଯେଉଁ ରହସ୍ୟ ଜାଣିବାକୁ ଆଶା ରଖିଛନ୍ତି ତାହା ଆଗାମୀ 4 ମାସ ପରେ ଅର୍ଥାତ୍ ଜାନୁଆରୀରେ ପୂରା ହୋଇପାରିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |