ଭୁବନେଶ୍ୱର ,୨।୯:GI ଜର୍ଣ୍ଣାଲରେ ସ୍ଥାନ ପାଇଲା ରାଜ୍ୟର ୭ଉତ୍ପାଦ । ନୟାଗଡ ଜିଲ୍ଲାର ପ୍ରସିଦ୍ଧ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍ । କେନ୍ଦ୍ର ସରକାର ଏହାକୁ ଜିଆଇ ଟ୍ୟାଗ ଦେବାକୁ ଅନୁମତି ଦେଇଛନ୍ତି । ଏହି ବାଇଗଣ ବିଶେଷ ଭାବେ କଣ୍ଟିଲୋର ମହାନଦୀ ଅବବାହିକାରେ ଚାଷ କରାଯାଇଥାଏ । ଏହି ବାଇଗଣକୁ ଜିଆଇ ଟ୍ୟାଗ ଦେବାକୁ ରାଜ୍ୟ ପ୍ରଶାସନ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲା । କଣ୍ଟେଇମୁଣ୍ଡି ବାଇଗଣ ହେଉଛି ଅନ୍ୟ ପ୍ରଜାତିର ବାଇଗଣ ତୁଳନାରେ ଆକାରରେ ବହୁତ ଛୋଟ । ଏହାସହ ଅନ୍ୟ ବାଇଗଣ ତୁଳନାରେ ଏହି ପ୍ରଜାତିର ବାଇଗଣରେ ମଞ୍ଚି ଅଧିକ ଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଇଥାଏ । ଏହା ବିଶେଷ ଭାବେ ବାଲିଆ ଅଞ୍ଚଳରେ ଚାଷ କରାଯାଇଥାଏ ।ସେହିଭଳି ଢେଙ୍କାନାଳ ମଗଜି, ଶିମିଳିପାଳ କାଈ ଚଟଣୀକୁ GI ଟ୍ୟାଗ ପ୍ରଦାନ କରାଯିବ । ଖଜୁରୀ ଗୁଡ଼, କୋରାପୁଟର କଳାଜିରା ଚାଉଳ, ଡଙ୍ଗରିଆ କନ୍ଧଙ୍କ ଏମ୍ବ୍ରୋଡରି ଚାଦର-କପଡ଼ାଗଣ୍ଡାକୁ ମଧ୍ୟ GI ଟ୍ୟାଗ ମିଳିବ । ତେବେ ନୟାଗଡ କଣ୍ଟିଲୋ ଅଂଚଳରେ ଉତ୍ପାଦିତ ଏହି କୃଷିଜାତ ଦ୍ରବ୍ୟ କଣ୍ଟେଇମୁଣ୍ଡି ବାଇଗଣ GI ଜର୍ଣ୍ଣାଲରେ ସ୍ଥାନ ପାଇବା ପରେ ଏହାର ସ୍ୱତନ୍ତ୍ରତା ବୃଦ୍ଧି ପାଇଛି ।ଗତ ଡିସେମ୍ବର ୬ରେ ଚେନ୍ନଇରୁ ବିଶେଷଜ୍ଞ ପ୍ରତିନିଧିମଣ୍ଡଳୀ ଭୁବନେଶ୍ୱର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆସିଥିଲେ। କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ମାନ୍ୟତା ପ୍ରଦାନ ନିମନ୍ତେ ଆବଶ୍ୟକ ସପକ୍ଷ ପ୍ରମାଣ ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ. ଅନୀଲ କୁମାର ସ୍ୱାଇଁ ବିଶେଷଜ୍ଞଙ୍କ ନିକଟରେ ଉପସ୍ଥାପନ କରିଥିଲେ। ପୋଷାକ ତତ୍ତ୍ୱରେ ପରିପୂର୍ଣ୍ଣ ଏହି ବାଇଗଣର ସ୍ୱାଦ ମଧ୍ୟ ଭାରୀ ନିଆରା । ଏ ନେଇ ନୟାଗଡ଼ ଜିଲ୍ଲାରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |