ଚନ୍ଦ୍ରରେ ରାତି ଆସିବା ପୂର୍ବରୁ ନିଦ୍ରା ଯାଇଛି ‘ରୋଭର୍‌ ପ୍ରଜ୍ଞାନ’

ନୂଆଦିଲ୍ଲୀ,୩।୯:ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣମେରୁ ଅଞ୍ଚଳରେ ୨୩ ଅଗଷ୍ଟ ୨୦୨୩ରେ ଅବତରଣ କରିଥିଲା । ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ମୋଟ ୧୪ ଦିନ ଯାଏଁ ତଥ୍ୟ ସଂଗ୍ରହ ଜାରି ରଖିବ ବୋଲି ସୂଚନା ମିଳିଥିଲା । ଅର୍ଥାତ୍ ଚନ୍ଦ୍ରରେ ତା’ର ନିର୍ଦ୍ଧାରିତ ସମୟ ସୀମା ପୂରଣ କରିବାକୁ ବସିଛି । ଏହି ସମୟ ମଧ୍ୟରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ହାସଲ କରିଛନ୍ତି ।ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁ ଯେଉଁଠାରେ ଲ୍ୟାଣ୍ଡର ଓ ରୋଭର ଅଛନ୍ତି ସେଠାରେ ଆଜିଠାରୁ ରାତି ଆରମ୍ଭ ହେବ ।ତେଣୁ ଏହା ପୂର୍ବରୁ ରୋଭରକୁ ସୁରକ୍ଷିତ ସ୍ଥାନରେ ପାର୍କ କରିବା ପରେ ସ୍ଲିପ୍ ମୋଡରେ ରଖାଯାଇଛି । ଏହା ସହ ରୋଭରରେ ଥିବା ବ୍ୟାଟେରୀ ଫୁଲ୍ ଚାର୍ଜ ଥିବା ମଧ୍ୟ ସୂଚନା ଦେଇଛି ଇସ୍ରୋ । ତେବେ ରୋଭରରେ ଥିବା ସୋଲାର ପ୍ୟାନେଲ ଆସନ୍ତା ସୂର୍ଯ୍ୟୋଦୟ ଅର୍ଥାତ ୨୨ ତାରିଖରେ ସୂର୍ଯ୍ୟାଲୋକ ପାଇବ ବୋଲି ଆକଳନ କରାଯାଇଛି । ଆଜିଠାରୁ ଦକ୍ଷିଣ ମେରୁରେ ରାତି ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଅନ୍ଧକାର ରହିବ । ଚନ୍ଦ୍ରଯାନ-୩’ର ‘ରୋଭର୍‌ ପ୍ରଜ୍ଞାନ’ ହେଉଛି ଏକ ମେସିନ । ଏହା ଚାର୍ଜ ଦ୍ୱାରା ହିଁ ପରିଚାଳିତ ହୋଇଥାଏ । ଚାର୍ଜ ଶେଷ ହୋଇଗଲେ ଏହା ସେହି ସ୍ଥାନରେ ନିଷ୍କ୍ରିୟ ହୋଇଯିବ । ମେସିନ ଉପରେ ଲାଗିଥିବା ସୋଲାର ପ୍ୟାନେଲ ଦେଇ ସୂର୍ୟ୍ୟକିରଣରୁ ‘ରୋଭର୍‌ ପ୍ରଜ୍ଞାନ’କୁ ଚାର୍ଜ ମିଳିଥାଏ । ହେଲେ ଚନ୍ଦ୍ରପୃଷ୍ଠରେ ୧୪ ଦିନ ସୂର୍ୟ୍ୟକିରଣ ପଡୁଥିବା ବେଳେ ୧୪ ଦିନ ସୂର୍ୟ୍ୟକିରଣ ପଡ଼ିନଥାଏ । ଯେଉଁ କାରଣରୁ ‘ରୋଭର୍‌ ପ୍ରଜ୍ଞାନ’କୁ ଆଉ ଚାର୍ଜ ମିଳିପାରିବ ନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!