୪୧ଲକ୍ଷ ଟଙ୍କାର ଜାଲ ନୋଟ ଜବତ

ଭୁବନେଶ୍ୱର,,୩।୯:ଲକ୍ଷାଧିକ ଟଙ୍କାର ଜାଲ ନୋଟ ଜବତ କରିଛି ଏସଟିଏଫ । ୫ ଶହ ଟଙ୍କିଆ ୪୧ ଲକ୍ଷ ୧୬ ହଜାର ଟଙ୍କାର ଜାଲ ନୋଟ୍ ଜବତା କ୍ରାଇମବ୍ରାଞ୍ଚ STF ହାତରେ ଲାଗିଛି ଏହି ସବୁ ଜାଲି ଟଙ୍କା । ସୋନପୁରରୁ ଜଣେ ଅଭିଯୁକ୍ତ ଦୀପକ ମେହେରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ତା ପାଖରୁ ଏସବୁ ଫେକ୍ ନୋଟ୍ ଜବତ ହୋଇଛି ।ମୋଟ ୪୧ଲକ୍ଷ ୧୬ହଜାର ଟଙ୍କାର ଜାଲ ନୋଟ ଜବତ କରାଯାଇଥିବା ସୂଚନା ମିଳିଛି । ଗତକାଲି ରାତିରେ ଏହି ବିପୁଳ ପରିମାଣର ଜାଲ ନୋଟକୁ ଜବତ କରାଯିବା ନେଇ ସ୍ପଷ୍ଟ କରିଛି ଏସଟିଏଫ । ସୋନପୁରରୁ ୪୦ଲକ୍ଷ ଟଙ୍କା ଜାଲ ନୋଟ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଏସଟିଏଫ । ଗିରଫ ହୋଇଥିବା ଯୁବକର ନାମ ଦୀପକ ମେହର ବୋଲି ଜଣା ପଡିଛି । ସୋନପୁର ଅଞ୍ଚଳର ଉଲୁଣ୍ଡାରେ ଗିରଫ ଅଭିଯୁକ୍ତ ଦୀପକ ମେହରର ଘର ।ଏହି ଜାଲ ନୋଟ ରାକେଟ ସହ ଆଉ କିଛି ଅପରାଧୀଙ୍କ ସମ୍ପୃକ୍ତି ଥିବା ନେଇ ଅନୁମାନ କରାଯାଉଛି । ପଡୋଶୀ ରାଜ୍ୟ ଛତିଶଗଡକୁ ନୋଟ ଗୁଡିକ ଚାଲାଣ ହେଉଥିବା ସହେନ୍ଦ କରାଯାଉଛି । ଗିରଫ ପରେ ଅଭିଯୁକ୍ତକୁ ବିରମହାରାଜପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ସେହିପରି ଘଟଣାସ୍ଥଳରୁ ଜାଲ ନୋଟ ପ୍ରସ୍ତୁତ ସଂରଜାମ ମଧ୍ୟ ଜବତ କରାଯାଇଛି । ତେବେ ଜବତ ନୋଟଗୁଡିକ ଯାଞ୍ଚ ପାଇଁ ପଶ୍ଚିମବଙ୍ଗ ରିଜର୍ଭ ବ୍ୟାଙ୍କ ମୁଦ୍ରଣ ପ୍ରେସକୁ ପଠାଯାଇଥିବା ସୂଚନା ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!