ନୂଆଦିଲ୍ଲୀ,୩।୯: ଆଜି ପ୍ରତ୍ୟୁଷରେ ଜିମ୍ବାୱେର ପୂର୍ବତନ କ୍ରିକେଟ୍ ଖେଳାଳି ହିଥ୍ ଷ୍ଟ୍ରିକ୍ଙ୍କ ମୃତ୍ୟୁ ହୋଇଯାଇଥିବା କଥା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି|ହିଥ୍ ଷ୍ଟ୍ରିକ୍ ‘କଲୋନ୍’ ଓ ‘ଲିଭର୍’ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ବୋଲିଙ୍ଗ୍ କ୍ଷେତ୍ରରେ ଷ୍ଟ୍ରିକ୍ଙ୍କର ଅସାଧାରଣ ଦକ୍ଷତା ଥିଲେ ବି ବ୍ୟାଟିଙ୍ଗ୍ରେ ବି ତାଙ୍କର କମ୍ ପାରଦର୍ଶିତା ନ ଥିଲା। ତାଙ୍କ କ୍ରିକେଟ୍ କ୍ୟାରିୟର୍ରେ ସେ ୧୯୯୦ ‘ଟେଷ୍ଟ୍ ରନ୍’ ଓ ୨୯୪୩ ‘ଓଡିଆଇ’ ରନ୍ ସଂଗ୍ରହ କରିଥିଲେ। ତାଙ୍କର ଏକମାତ୍ର ଟେଷ୍ଟ୍ ଶତକ ହେଉଛି ହେରାରେ ଠାରେ ସେ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷରେ ସଂଗ୍ରହ କରିଥିବା ୧୨୭ ରନ୍। ଏହି ମ୍ୟାଚ୍ରେ ସେ ‘ନଟ୍ ଆଉଟ୍’ ରହିଥିଲେ।୧୯୯୩ରେ ସର୍ବ ପ୍ରଥମେ ପାକିସ୍ତାନ ବିପକ୍ଷରେ ଖେଳି ଷ୍ଟ୍ରିକ୍ କ୍ରିକେଟ୍ କ୍ୟାରିୟର୍ ଆରମ୍ଭ କରିଥିଲେ। ରାୱଲ୍ ପିଣ୍ଡିରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ୍ରେ ୮ଟି ୱିକେଟ୍ନେଇ ସୁଖ୍ୟାତି ଅର୍ଜନ କରିଥିଲେ। ୨୦୦୫ରେ ସେ ଜିମ୍ବାୱେ କ୍ରିକେଟ୍ ଟିମ୍ରୁ ଅବ୍ୟାହତି ନେଇଥିଲେ।ଅବସର ଗ୍ରହଣ ପରେ ସେ ଜିମ୍ବାୱେ, ସ୍କଟ୍ଲାଣ୍ଡ୍, ବାଂଲାଦେଶ, ଗୁଜରାଟ ଲାଇଅନ୍ସ୍ ଓ କୋଲ୍କାତା ନାଇଟ୍ ରାଇଡର୍ ପ୍ରଭୃତିଙ୍କର କୋଚ୍ ଭାବେ କାର୍ଯ୍ୟ କରି କ୍ରିକେଟ୍ ଖେଳ ସହିତ ଜଡ଼ିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |