ନୂଆଦିଲ୍ଲୀ ,୩।୯: ଜି -୨୦ ଶିଖର ସମ୍ମିଳନୀ,ଯୋଗଦେବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଜି -୨୦ ଶିଖର ସମ୍ମିଳନୀ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଦୁଇ ଦିନିଆ ଶିଖର ସମ୍ମିଳନୀ ୯ ଓ ୧୦ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ବିଶ୍ୱର ୨୦ଟି ଶକ୍ତିଶାଳୀ ଅର୍ଥନୀତି ଦେଶର ମୁଖ୍ୟମାନେ ଅଂଶଗ୍ରହଣ କରିବେ। ଏହି ବୈଠକରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ଯୋଗଦେବେ। ଜି -୨୦ ବୈଠକ ବ୍ୟତୀତ ସୁନକ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ।ଏହା ହେଉଛି ସୁନକଙ୍କ ପ୍ରଥମ ଭାରତ ଗସ୍ତ। ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ସେ ପ୍ରଥମ ଥର ପାଇଁ ଭାରତ ଆସିବେ। ଏହି ଗସ୍ତ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ, କାରଣ ଜି -୨୦ ବ୍ୟତୀତ ପିଏମ ମୋଦି ଓ ସୁନକ ସାକ୍ଷାତ ହୋଇପାରନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |