ବାରିପଦା,୬/୯: ଜି-୨୦ ସମ୍ମିଳନୀରେ ଯୋଗ ଦେବେ ମୟୂରଭଞ୍ଜ ଜିଲ୍ଲାର ସଫଳ ମହିଳା ମାଣ୍ଡିଆ ଚାଷୀ ସୁବାସା ମହାନ୍ତ ଚୟନ ହୋଇଛନ୍ତି। ଆସନ୍ତା ୯ ତାରିଖ ଠାରୁ ନୂଆଦିଲ୍ଲୀ ଠାରେ ଜି-୨୦ ସମ୍ମିଳନୀ ଆରମ୍ଭ ହେଉଛି। ଏଥିରେ ମାଣ୍ଡିଆ ଚାଷ ଉପରେ ନିଜର ଅନୁଭୂତି ବଖାଣିବା ପାଇଁ ଓଡ଼ିଶାରୁ ୨ ମହିଳା ଚାଷୀ ଯୋଗ ଦେବେ। ଯେଉଁଥିରେ କି ସୁବାସା ଚୟନ ଅଛନ୍ତି। ଯଶିପୁର ବ୍ଲକ ଅଧୀନ ମାଟିଆଗଡ଼ ପଞ୍ଚାୟତର ଗୋଇଲି ଗ୍ରାମରେ ସୁବାସାଙ୍କ ଘର। ମଣ୍ଡିଆ ଚାଷ ଯେତେବେଳେ ହଜି ଯାଇଥିଲା ସେତେବେଳେ ୨୦୧୮ମସିହାରେ ସୁବାସା ମଣ୍ଡିଆ ଚାଷ ଆରମ୍ଭ କରିଥିଲେ। ରାଜ୍ୟ ସରକାରଙ୍କ ମିଲେଟ ମିଶନ ଯୋଜନାରେ ସାମିଲ ହୋଇ ଚାଷ କରି ସଫଳ ଚାଷୀ ହେବା ସହ ମଣ୍ଡିଆ ମା’ ଭାବେ ପରିଚୟ ସୃଷ୍ଟି କରିଛନ୍ତି। ମାଣ୍ଡିଆ ଖାଇବା ଦ୍ଵାରା ୨୧ପ୍ରକାର ରୋଗ ଭଲ ହୋଇଥାଏ, ତେଣୁ ସେ ପ୍ରତି ଖାଇବା ଥାଳିରେ ମଣ୍ଡିଆ ପହଞ୍ଚାଇବା ଲକ୍ଷ୍ୟରେ ଚାଷ ଆରମ୍ଭ କରିଥିଲେ ବୋଲି କହିଛନ୍ତି। ବୈଜ୍ଞାନିକ ସମେତ ପାରମ୍ପରିକ ପଦ୍ଧତିର ବିନିଯୋଗ କରି ଚାଷ କରି ରାଜ୍ୟ ତଥା ଜାତୀୟ ସ୍ତରରେ ପୂର୍ବରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |