ବୁର୍ଲା ଭିମସାର ହସପିଟାଲରେ ଅଭିନବ ପ୍ରତିବାଦ କଲା କୋଶଲ କ୍ରାନ୍ତି ସେନା

ବୁର୍ଲା,୬/୯: ବୁର୍ଲା ଭିମସାର ହସପିଟାଲର ସଦାସର୍ବଦା ରୋଗୀ ଚିକିତ୍ସା ବ୍ୟବସ୍ତାକୁ ଗୌଣ କରି ରଖାଯାଉଥିବା ବେଳେ ସଦାସର୍ବଦା ବ୍ୟବସାୟିକ ଉନ୍ନତି ଦିଗରେ ହସପିଟାଲ ବ୍ୟବସ୍ତା ନିଜକୁ ବ୍ୟସ୍ତ ବିବ୍ରତ କରି ରଖୁଥିବା ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି। ରୋଗୀ ଚିକିତ୍ସା ସେବାରେ ସ୍ଥାଣୁ ବ୍ୟବସ୍ତା ଏବଂ ବିଭିନ୍ନ ପରୀକ୍ଷା ଯନ୍ତ୍ରପାତି ଉପଲବ୍ଧ ବା ଅଚଳ ଥିବାକୁ ନେଇ ଏହାକୁ ସୁଧାରିବା ସହିତ ରୋଗୀ ଚିକିତ୍ସାକୁ ଗୁରୁତ୍ୱ ଦିଆଯିବା ଦାବୀକୁ ନେଇ କୋଶଲ କ୍ରାନ୍ତିସେନା ଅଭିନବ ଭାବରେ ପ୍ରତିବାଦ କରିଛି। କୋଶଲ କ୍ରାନ୍ତିସେନାର ସଦସ୍ୟମାନେ ହଠାତ ଦୁଇଜଣ ଯୁବକଙ୍କୁ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ବ୍ୟାଣ୍ଡେଜ କନା ଗୋଡ଼ାଇ ବାଇକରେ ଆଣିଥିଲେ। ସମସ୍ତ ଲୋକ ଉକ୍ତ ଯୁବକ ଦୁଇଜଣଙ୍କୁ ବଲ ବଲ କରି ଚାହିଁ ରହିଥିଲେ। କେହି କିଛି ଭାବିବା ପୁର୍ବରୁ ଉଭୟ ବ୍ୟାଣ୍ଡେଜ କନାରେ ବନ୍ଧା ହୋଇଥିବା ଉଭୟ ଯୁବକ ଗାଡ଼ିରୁ ଓହ୍ଲାଇ ଭିମସାର ହସପିଟାଲ ସମ୍ମୁଖରେ ଅଭିନବ ଭାବରେ ଛିଡ଼ା ହୋଇଥିବା ବେଳେ ସାଙ୍ଗରେ ଆସିଥିବା ଅନ୍ୟ ଯୁବକ ମାନେ ଭିମସାର ହସପିଟାଲର ବିକାଶ ଦାବୀ କରିଥିଲେ। ଏଭଳିକି ଭିମସାର ବ୍ୟବସ୍ତା ସମ୍ପୁର୍ଣ୍ଣ ରୁଗ୍‌‌ଣ ହୋଇଯାଇଥିବା ଏବଂ ଭିମସାରକୁ ଚିକିତ୍ସାର ଆବଶ୍ୟକତା ରହିଥିବା ଏହି ପ୍ରତିବାଦ ମାଧ୍ୟମରେ ଦର୍ଶାଇଥିଲେ କୋଶଲ କ୍ରାନ୍ତିସେନା ସଦସ୍ୟ। ସେମାନେ ହସପିଟାଲ ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକଙ୍କୁ ଏକ ଦାବୀପତ୍ର ଦେଇଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ଏହି ଭିମସାର ବିକାଶ ଦାବୀକୁ ନେଇ ଏକ ଦାବୀପତ୍ର ମଧ୍ୟ ପ୍ରଦାନ କରିଥିଲେ। ଦାବିପତ୍ରରେ କୋଶଲ କ୍ରାନ୍ତିଦଳର ସଦସ୍ୟ ଅର୍ପଣ କୁମାର ନାୟକଙ୍କ ସହିତ ଅନ୍ୟାନ୍ୟ ମାନଙ୍କ ହସ୍ତାକ୍ଷର ସମ୍ମଳିତ ପତ୍ର ପ୍ରଦାନ କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!