କଟକ,୬।୯: କଟକର ଦିନ ଦ୍ୱିପ୍ରହରରେ ଫୁଟିଛି ଗୁଳି । ଲୁଟ ଉଦ୍ୟମ କରିଥିବା ବେଳେ ଗୁଳି ଫୁଟାଇଛନ୍ତି ଦୁର୍ବୁତ୍ତ । ଜଣେ ବ୍ୟବସାୟୀଙ୍କ ଠାରୁ ଏହି ଲୁଟ ଉଦ୍ୟମ କରିଥିବା ବେଳେ ଦୁର୍ବୁତ୍ତ ଫାଙ୍କା ଗୁଳି ଚାଳନା କରିଥିବା ଜଣା ପଡିଛି । ଏହା ପରେ ବ୍ୟବସାୟୀଙ୍କ ଠାରୁ ସୁନା ଗହଣା ଲୁଟ କରି ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ ମାନେ । କଟକ ମତ୍ତଗଜପୁର ଲେବୁଲ କ୍ରସିଂ ନିକଟରେ ଏହି ଲୁଟ ହୋଇଛି । ୩ଟି ବାଇକରେ ୫ରୁ ୬ ଜଣ ଦୁର୍ବୁତ୍ତ ଆସି ଲୁଟ କରିଥିବା ସୂଚନା ମିଳିଛି । ଖବର ପାଇ ଘଟଣା ସ୍ଥଳରେ ମଧୁପାଟଣା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।ଦିନ ଦିପ୍ରହରରେ ବିଚ୍ ରାସ୍ତାରେ ଜଣେ ବ୍ୟବସାୟୀଙ୍କ ଉପରକୁ ଫାଙ୍କା ଗୁଳି ଚଳାଇ ତାଙ୍କଠୁ ଟଙ୍କା, ସୁନା ଲୁଟିନେଲେ ଦୁର୍ବୃତ୍ତ। ସୌଭାଗ୍ୟବଶଃତ ବ୍ୟବସାୟୀଜଣକ ବର୍ତ୍ତି ଯାଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରି ଘଟଣା ଆଜି ସକାଳେ କଟକର ମତ୍ତଗଜପୁର ଲେବୁଲ କ୍ରସିଂ ନିକଟରେ ଘଟିଛି|ଖବର ପାଇ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ଘଟଣାସ୍ଥଳରୁ ଖୋକା ଓ ଗୁଳି ଜବତ ହୋଇଥିବା ଜଣାଯାଇଛି। ଅପରାଧୀଙ୍କୁ ଧରିବାକୁ ପୁଲିସ୍ର ସ୍ୱତନ୍ତ୍ର ଟିମ୍ ଗଠିତ ହୋଇଥିବା ବେଳେ ସ୍ପେଶାଲ ସ୍କ୍ୱାର୍ଡ ବି ଘଟଣା ଉପରେ ନଜର ରଖିଛି। ଏଥିସହ ପୁଲିସ୍ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଦେଖି ଅପରାଧୀଙ୍କ ଗତିବିଧି ଜାଣିବା ସହ ସେମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |