ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୬।୯:– ଡାବୁଗାଁ ଗାନ୍ଧିପାର୍କରେ ଅବହେଳିତ ଅବସ୍ଥାରେ ପଡି ରହିଛି ଜାତୀୟ ପିତା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଜିଲ୍ଲା ଏବଂ ବ୍ଲକ ସ୍ତରରେ ବିଭିନ୍ନ ଜୟନ୍ତୀ ଉତ୍ସବ ପାଳନ ପରେ ପ୍ରତିମୂର୍ତ୍ତି ରେ ପୁରୁଣା ଫୁଲ ଗୁଡାକ ରହି ପ୍ରତିମୂର୍ତ୍ତି ର ସୌନ୍ଦର୍ଯ୍ୟ ହାନି ହେଉଛି । ବର୍ଷର ବିଭିନ୍ନ ସମୟରେ ମହାପୁରୁଷ ମାନଙ୍କ ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ଜୟନ୍ତୀ ଉତ୍ସବ ପାଳନ କରାଯାଇ ଥାଏ। ଜୟନ୍ତୀ ଉତ୍ସବ ପାଳନ ସମୟରେ ପ୍ରଶାସନିକ ଅଧିକାରୀ ଙ୍କ ବ୍ୟତୀତ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ମଧ୍ୟ ପୁଷ୍ପ ମାଲ୍ୟାର୍ପଣ କରି ଥାନ୍ତି। କିନ୍ତୁ, ଦୁଃଖର ବିଷୟ ପରବର୍ତ୍ତୀ ଜୟନ୍ତୀ ପାଳନ ପର୍ଯ୍ୟନ୍ତ ଆଉ ସେହି ମହାପୁରୁଷ ମାନଙ୍କୁ କେହି ମନେ ବି ପକାନ୍ତି ନାହିଁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଡାବୁଗାଁ ବ୍ଲକ ସଦର ମହକୁମାରେ ଥିବା ଗାନ୍ଧୀପାର୍କ ଠାରେ ” ଅବହେଳିତ ଅବସ୍ଥାରେ ଦୟନୀୟ ଭାବେ ଅଛି ଜାତୀୟ ପିତା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି” ।ଖାଲି ସେତିକି ନୁହଁ ଗାନ୍ଧୀପାର୍କ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ରକ୍ଷଣ ବେକ୍ଷଣ ଅଭାବଯୋଗୁଁ ଏହାର ସନ୍ଦର୍ଯ୍ୟକାରଣ ବାଧାପ୍ରାପ୍ତ ହେଉଛି। ପ୍ରତିମୂର୍ତ୍ତିର ଚତୁରପାର୍ଶ୍ଵରେ ଅଳିଆ ଆବର୍ଜନା ଭରପୁର ।ଗୋଟିଏ ପଦରେ କହିବାକୁ ଗଲେ ଗାନ୍ଧୀପାର୍କରେ ସ୍ୱଚ୍ଛଭାରତ ମିଶନ ସମ୍ପୂର୍ଣ୍ଣ ବିଫୋଳ। ପ୍ରତିମୂର୍ତ୍ତିରେ ଥିବା ପୁରୁଣା ଫୁଲଗୁଡିକ ପ୍ରତିମୂର୍ତ୍ତି ଉପରେ ଦୀର୍ଘ ଦିନ ଧରି ରହିବା ଫଳରେ ମୂର୍ତ୍ତିଟି ତାର ଚମକ ହରାଇ ବସିଛି। ଖାଲି ଡାବୁଗାଁ ବ୍ଲକରେ ନାହିଁ।ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ବ୍ଲକରେ ଥିବା ପ୍ରତିମୂର୍ତ୍ତି ଗୁଡିକରରେ ମଧ୍ୟ ପୁରୁଣା ଫୁଲ ଗୁଡିକ ରହି ପ୍ରତିମୂର୍ତ୍ତି ଗୁଡିକର ସୌନ୍ଦର୍ଯ୍ୟ ହାନି କରୁଛି ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ରାଜନୈତିକ ଦଳର ସଦର୍ଶ ମାନେ ଧ୍ୟାନ ଦେଲେ ଭଲ ହଇଥାନ୍ତା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |