ନୂଆଦିଲ୍ଲୀ,୬।୯: ଏସପିଜି ମୁଖ୍ୟ ଅରୁଣ କୁମାର ସିହ୍ନାଙ୍କ ପରଲୋକ । ଗୁରୁଗାଓଁ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ 61 ବର୍ଷ ବୟସରେ ଅରୁଣଙ୍କ ଦେହାନ୍ତ ହୋଇଛି । ସ୍ବାସ୍ଥ୍ୟବସ୍ଥା ଭଲ ନଥିବାରୁ କିଛି ଦିନ ହେବ ଚିକିତ୍ସିତ ହେଉଥିଲେ । 1987 ବ୍ୟାଚର କେରଳ କ୍ୟାଡର ଆଇପିଏସ୍ ଅଧିକାରୀ ରାଜ୍ୟର ଅତିରିକ୍ତ ମହାନିର୍ଦ୍ଦେଶକ ଥିଲେ । ନିକଟରେ ତାଙ୍କ ଚାକିରି ଅବଧି ବର୍ଷକ ପାଇଁ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । BSFରେ କାର୍ଯ୍ୟରତ ସିହ୍ନା ଦେଶରେ ମହିଳା ସୁରକ୍ଷା ଓ ବିଦେଶୀ ନାଗରିକଙ୍କ ସୁରକ୍ଷା ଦାୟୀତ୍ବରେ ମଧ୍ୟ ଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |